ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହୋଇଥିବା ହିଂସା ଓ ପୋଡାଜଳା ପରେ ଏହାର ଗୁମର ଧିରେଧିରେ ଖୋଲିବାରେ ଲାଗିଛି । ସିଏଏ ନାଁରେ ଦେଶରେ ହିଂସା ସୃଷ୍ଟି କରିବା ପାଇଁ ପ୍ରୟାସ ହୋଇଥିବା ଜଣା ପଡିଛି । ହିଂସା ପଛରେ PFI, ଇସଲାମିକ ୟୁଥ ଫେଡେରେସନ ଓ କାଶ୍ମୀରର ପଥର ଫିଙ୍ଗାଳିଙ୍କ ସାହାଯ୍ୟ ନିଆଯାଇଥିବା ସୂତ୍ରରୁ ସୂଚନା ମିଳିଛି । କନ୍ୟାକୁମାରୀ ଓ କେରଳରୁ PFI ସଙ୍ଗଠନର ଲୋକଙ୍କୁ ଦେଶର ଭିନ୍ନଭିନ୍ନ ସ୍ଥାନକୁ ପଠାଯାଇଥିଲା । ଏହି ହିଂସାରେ ମହାରାଷ୍ଟ୍ରର ୟୁଥ ଫେଡେରେସନ ମଧ୍ୟ ସାମିଲ ଥିଲେ । ଏହି ଗ୍ରୁପର ଲୋକଙ୍କ ଲୋକେସନ ଦିଲ୍ଲୀ ଓ ୟୁପିର ହିଂସା ହୋଇଥିବା ସ୍ଥାନରୁ ମିଳିଛି । ଦେଶରେ ହିଂସା ସୃଷ୍ଟି କରିବା ଷଡଯନ୍ତ୍ରରେ ପାକିସ୍ତାନର ଆଇଏସଆଇ ଫଣ୍ଡିଂ କରୁଥିବା ମଧ୍ୟ ସୂତ୍ରରୁ ଜଣାପଡିଛି । ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ମଧ୍ୟ ହିଂସା ବଢାଇବା ଅଭିଯୋଗରେ ଗିରଫ କରାଯାଇଛି ।
ହିଂସା ପ୍ରଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ ପଥର ଫିଙ୍ଗାଳି: