ଭୋପାଳ: ମଧ୍ୟପ୍ରଦେଶ ବିରୋଧିଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ତୀବ୍ର ଭତ୍ସର୍ନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ମିଥ୍ୟା ଘଟଣା, ତଥ୍ୟ ହୀନ ଏବଂ ଭିତ୍ତିହୀନ ଘଟଣାକୁ ରାଜନୈତିକ ରଙ୍ଗ ଦେଇଥିବା କମଲନାଥଙ୍କୁ ନେତା ହେବା ଶୋଭା ପାଉନାହିଁ ବୋଲି କହିଛନ୍ତି ଶିବରାଜ ।
ବାବୁ ଲାଲ ନାମକ ଜଣେ ବ୍ୟକ୍ତି ନିଜର ରୋଗକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥିବାବେଳେ କମଲନାଥ କହିଛନ୍ତି, ବାବୁଲାଲ ଚାଷୀ ଋଣର କରଜ ସୁଝି ନପାରି ଆତ୍ମହତ୍ୟା କରିଛନ୍ତି । ରାଜ୍ୟ ସରକାର ଏବଂ ବିଜେପି ବିରୋଧରେ ମଧ୍ୟ ଟ୍ବିଟରେ ଉଲ୍ଲେଖ କରିବା ସହ ଶିବରାଜ ସିଂ ଚୌହାନଙ୍କୁ ଆକ୍ଷେପ କରିଛନ୍ତି କମଲନାଥ ।