ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ପରେ ଆତଙ୍କୀଙ୍କ ଟାର୍ଗେଟରେ ଭାରତ ! - new delhi

ଏବେ ଆତଙ୍କୀଙ୍କ ନଜରରେ ଭାରତ । ବିଭିନ୍ନ ମନ୍ଦିର ଓ ଚର୍ଚ୍ଚରେ ବିସ୍ଫୋରଣ କରିବାକୁ ପ୍ରସ୍ତତି କରୁଥିବା ଏକ ବିଶେଷ ସୂତ୍ରରୁ ସୂଚନା ପାଇ ସମସ୍ତଙ୍କୁ ସଜାଗ ରହିବାକୁ ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା ।

ପ୍ରତୀକାତ୍ମକ ଫଟୋ

By

Published : Jun 20, 2019, 9:55 PM IST

ନୂଆଦିଲ୍ଲୀ: ଇଷ୍ଟର ପର୍ବ ଅବସରରେ ଥରି ଉଠିଥିଲା ଶ୍ରୀଲଙ୍କା । ଭୟଙ୍କର ଆତଙ୍କୀ ଆକ୍ରମଣରେ ବହୁ ଜୀବନ ଯାଇଥିବା ବେଳେ ଅନେକ ଏହି ଆତ୍ମଘାତୀ ଆକ୍ରମଣରେ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣ ଚର୍ଚ୍ଚରେ କରାଯାଇଥିଲା । ଇଷ୍ଟର ପର୍ବ ପାଇଁ ଚର୍ଚ୍ଚ ଗୁଡିକ ଲୋକାରଣ୍ୟ ଥିବା ବେଳେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ଘଣ୍ଟା କୁ ଘଣ୍ଟା ମୃତ୍ୟୁ ସଂଖ୍ୟା ବଢିବାରେ ବି ଲାଗିଥିଲା ଯାହାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତେବେ ଶ୍ରୀଲଙ୍କା ପରେ ଏବେ ଆତଙ୍କୀଙ୍କ ଟାର୍ଗେଟରେ ଭାରତ ଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି ।

ଏବେ ଆତଙ୍କୀଙ୍କ ନଜରରେ ଭାରତ । ବିଭିନ୍ନ ମନ୍ଦିର ଓ ଚର୍ଚ୍ଚରେ ବ୍ଲାଷ୍ଟ କରିବାକୁ ପ୍ରସ୍ତତି କରୁଥିବା ଏକ ବିଶେଷ ସୂତ୍ରରୁ ସୂଚନା ପାଇ ସମସ୍ତଙ୍କୁ ସଜାଗ ରହିବାକୁ ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା । ତେବେ ଏହି ସନ୍ଦେହକୁ ଅଧିକ ଖୋରାକ ଯୋଗାଇଛି ଦେଶର ବିଭିନ୍ନ ସ୍ଥାନରୁ ସନ୍ଦିଗ୍ଧ ଗିରଫ ହେବା । ତାମିଲନାଡୁର କୋଏମ୍ବାଟୁରରେ ଏନଆଇଏ ବୁଧବାର ତିନି ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଏହା ପୂର୍ବୁର ଜୁନ 12 ରେ ମଧ୍ୟ କିଛି ସନ୍ଦିଗ୍ଧ ଗିରଫ ହୋଇଛନ୍ତି ।

ତେବେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଖବର ଏନଆଇଏକୁ ଜଣାପଡିଛି । ତେବେ ଶ୍ରୀଲଙ୍କା ସହ ଯୋଗାଯୋଗରେ ଥିବା ଇନପୁଟ ସହ କଥାବାର୍ତ୍ତା ପରେ 12 ଜୁନରେ ବିଭିନ୍ନ ସ୍ଥାନରେ ଯାଞ୍ଚ ମଧ୍ୟ କରାଯାଇଥିଲା । ଏହି ରେଡ ସମୟରେ 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଗିରଫଙ୍କ ମଧ୍ୟରୁ ଜଣେ ସାମିଲ ଥିଲା ଯିଏ ଶ୍ରୀଲଙ୍କା ଆତ୍ମଘାତୀ ଆକ୍ରମଣ ମାଷ୍ଟର ମାଇଣ୍ଡର ସୋସିଆଲ ମିଡିଆ ସହଯୋଗୀ ଥିଲା ।

ଅନ୍ୟପଟେ ଗୁଇନ୍ଦା ବିଭାଗ ଏନେଇ ଚିଠି ଲେଖି ସତର୍କ କରାଇଛି । କୋଚି ଓ କୋଏମ୍ବାଟୁର ବିଭିନ୍ନ ସ୍ଥାନ ଆଇଏସର ନଜରରେ ଥିବା ବେଳେ ଏବେ ହାଇଆଲର୍ଟ ଜାରି କରାଯାଇଛି ।

For All Latest Updates

ABOUT THE AUTHOR

...view details