ଓଡିଶା

odisha

ETV Bharat / bharat

ସରକାରୀ ବାବୁଙ୍କ ଅବହେଳା, କାମ ପାଇଁ ଠେଲାରେ ଆସିଲେ 80 ବର୍ଷୀୟ ମହିଳା - asam

ତୋଶିରୋନ ବେହୁଆ ନାମକ ଜଣେ 80 ବର୍ଷୀୟ ମହିଳାଙ୍କୁ ଭାରତୀୟ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର କେନ୍ଦ୍ରକୁ ଆସିବାକୁ ପଡିଥିଲା । ସେ ଚାଲିବାରେ ଅସକ୍ଷମ ଥିବାରୁ ତାଙ୍କ ପୁଅ 5 କିମି ପର୍ଯ୍ୟନ୍ତ ଏକ ଠେଲା ଗାଡିରେ ତାଙ୍କୁ ଟାଣି ଟାଣି ଆଣିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Jun 12, 2019, 1:53 AM IST

ଗୌହାଟି: ପୁଣି ସାମ୍ନାକୁ ଆସିଛି ସରକାରୀ ବାବୁଙ୍କ ଅବହେଳା । ଯାହାର ଶିକାର ହୋଇଛନ୍ତି ଜଣେ 80 ବର୍ଷୀୟ ବୃଦ୍ଧା । ଚାଲିବା ତ ଦୂରର କଥା ନିଜ ଶଯ୍ୟାରୁ ମଧ୍ୟ ଉଠି ପାରୁନାହାଁନ୍ତି ସେ । ଏଭଳି ଅବସ୍ଥାରେ ମଧ୍ୟ ତାଙ୍କୁ ନିଜ କାମ ପାଇଁ ସଙ୍ଘର୍ଷ କରି ଆସିବାକୁ ପଡିଛି ଏନଆରସି କାର୍ଯ୍ୟାଳୟକୁ । ଆସାମର ଗୌରୀପୁର ସହର ସ୍ଥିତ ଏନଆରସି ସେବା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତୋଶିରୋନ ବେହୁଆ ନାମକ ଜଣେ 80 ବର୍ଷୀୟ ମହିଳାଙ୍କୁ ଭାରତୀୟ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର କେନ୍ଦ୍ରକୁ ଆସିବାକୁ ପଡିଥିଲା । ସେ ଚାଲିବାରେ ଅସକ୍ଷମ ଥିବାରୁ ତାଙ୍କ ପୁଅ 5 କିମି ପର୍ଯ୍ୟନ୍ତ ଏକ ଠେଲା ଗାଡିରେ ତାଙ୍କୁ ଟାଣି ଟାଣି ଆଣିଥିଲେ । ତେବେ ଏଠାରେ ତାଙ୍କ ଦୁଃଖ ଶେଷ ହୋଇନାହିଁ । ନିଜ କାମ ପାଇଁ ତାଙ୍କୁ ଏଭଳି ଅବସ୍ଥାରେ ଏକ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା ମଧ୍ୟ କରିବାକୁ ପଡିଛି ।

ତେବେ ଦୀର୍ଘ ସମୟର ଅପେକ୍ଷା ପରେ ଏନଆରସିର ଜଣେ ଅଧିକାରୀ ଆସି ତାଙ୍କଠାରୁ ହସ୍ତାକ୍ଷର ନେଇଥିଲେ ।

For All Latest Updates

TAGGED:

asamnrc

ABOUT THE AUTHOR

...view details