ଓଡିଶା

odisha

By

Published : Dec 27, 2019, 7:46 AM IST

ETV Bharat / bharat

ପୃଥିବୀର ଆଭ୍ୟନ୍ତରୀଣ ସ୍ତରରେ ରହିଛି ଆଇରନ ବରଫ

ପୃଥିବୀର ଆଭ୍ୟନ୍ତରୀଣ ଭାଗ ଅତ୍ୟନ୍ତ ଗରମ ହୋଇଥିବା ବେଳେ ଅତ୍ୟଧିକ ଚାପ ସହ ଉପରେ ବରଫ ଦ୍ବାରା ଆଚ୍ଛାଦିତ ହୋଇ ରହିଛି । ଏକ ରିସର୍ଚ୍ଚ ଦ୍ବାରା ବୈଜ୍ଞାନିକ ମାନଙ୍କୁ ପୃଥିବୀର ସ୍ଥିତି ବିଷୟରେ ଜାଣିବାକୁ ସହଜ ହେବ । ଆଇରନର କ୍ଷୁଦ୍ର ଅଣୁ ଦ୍ବାରା ଏହି ବରଫ ଗଠିତ ।

iron 'snow' in Earth's core
ପୃଥିବୀର ଆନ୍ତରୀଣ ସ୍ତରରେ ରହିଛି ଆଇରନ ବରଫ

ହାଇଦ୍ରାବାଦ: ପୃଥିବୀର ଆଭ୍ୟନ୍ତରୀଣ ଭାଗ ଅତ୍ୟନ୍ତ ଗରମ ହୋଇଥିବା ବେଳେ ଅତ୍ୟଧିକ ଚାପ ସହ ଉପରେ ବରଫ ଦ୍ବାରା ଆଚ୍ଛାଦିତ ହୋଇ ରହିଛି । ଏହି ରିସର୍ଚ୍ଚ ଦ୍ବାରା ବୈଜ୍ଞାନିକ ମାନଙ୍କୁ ପୃଥିବୀର ସ୍ଥିତି ବିଷୟରେ ଜାଣିବାକୁ ସହଜ ହେବ । ଆଇରନର କ୍ଷୁଦ୍ର ଅଣୁ ଦ୍ବାରା ଏହି ବରଫ ଗଠିତ । ପୃଥିବୀ ପୃଷ୍ଠରେ ଥିବା ବରଫ ଠାରୁ ଆଇରନ୍ ଅଣୁର ବରଫ ଅଧିକ ଓଜନ । ଅନ୍ୟପକ୍ଷେ ଏହା ପ୍ରାୟ 200 କିଲୋମିଟରର ବହଳ ।

ପୃଥିବୀର ଧାତବ ଅଂଶ , ମାଗମା ଚାମ୍ବର ଭଳି କାର୍ଯ୍ୟ କରିଥାଏ । ପୃଥିବୀର ଆଭ୍ୟନ୍ତରୀଣ ଭାଗକୁ ନମୁନା ଭାବରେ ତ' ନିଆଯାଇପାରିବନି ତେଣୁ ଏକ ପ୍ରକାର ଏନର୍ଜୀ ୱେଭକୁ ଆକଳନ କରାଗଲା । ତେବେ ଏହି ଏନର୍ଜି ଧିରେ ଧିରେ ଗତି କରିଥାଏ । କାରଣ ଏହା ଆଭ୍ୟନ୍ତରୀଣ ଭାଗରେ ବାହ୍ୟ ଚ୍ୟାମ୍ବର ଦେଇ ଗତି କରିଥାଏ । ଏହାପରେ ହଠାତ୍ ଏହାର ଗତି ବୃଦ୍ଧି ପାଇଥାଏ କାରଣ ହେମିସ୍ପିଅରର ପୂର୍ବଭାଗ ଦେଇ ଗତି କରିଥାଏ ।


ଏହି ଅଧ୍ୟୟନରେ ଆଇରନ କ୍ୟାପର ବିଶ୍ଳେଷଣକୁ ଧ୍ୟାନ ଦିଆଗଲା । 1960ରେ ପ୍ରକାଶ ପାଇଥିବା ଥିଓରି ଅନୁସାରେ, ଆଭ୍ୟନ୍ତରୀଣ ସ୍ତର ଓ ବାହ୍ୟ ସ୍ତର ମଧ୍ୟରେ ଏକ ଖରାପ ଭାଗ ରହିଛି ମାତ୍ର ବର୍ତ୍ତମାନ ଏହି ଥିଓରିର କୌଣସି ଅସ୍ତିତ୍ବ ନାହିଁ । ସେଠାରେ ସୃଷ୍ଟି ହେଉଥିବା ଉତ୍ତାପ ଓ ଚାପକୁ ଅଧ୍ୟୟନ କଲେ ଏହି ଥିଓରିର କୌଣସି ଅସ୍ତିତ୍ବ ରହୁନାହିଁ । ବର୍ତ୍ତମାନ ଆଭ୍ୟନ୍ତରୀଣ ସ୍ତରକୁ ଆଇରନ ଅଣୁ ବରଫପାତର ରୂପ ନେଇ ବାହ୍ୟ ସ୍ତରକୁ ବର୍ଷିଥାଏ ।


ଏହି ଆଇରନ ଅଣୁ ମାଗମ୍ ଚାମ୍ବରରେ ହିଁ ସୃଷ୍ଟି ହୋଇଥାଏ । ଏହି ଚାମ୍ବର ପୃଥିବୀ ପୃଷ୍ଠରୁ ନିକଟରେ ରହିଛି । ଏହି ଚାମ୍ବରରେ ମିନେରାଲ ଗୁ଼ଡିକ ପଥର ଆକାରରେ ରହିଥାଏ । ଆଇରନର ମାତ୍ରା ଏଠାରେ ଅଧିକ ରହିଥିବାରୁ ଆନ୍ତରୀଣ ସ୍ତରରେ ଏହାର ମାତ୍ରା ବଢିଥାଏ ଉପରି ସ୍ତରକୁ ଏହା ଗତି କରିଥାଏ ।

ABOUT THE AUTHOR

...view details