ନୂଆଦିଲ୍ଲୀ: ଦେଶ ସେବାରେ ଅଦମ୍ୟ ସାହାସ ପ୍ରଦର୍ଶନ କରିଥିବା କେତେଜଣ ଯବାନ ଏବଂ ସହୀଦଙ୍କ ପତ୍ନୀଙ୍କୁ ମଙ୍ଗଳବାର ସୌର୍ଯ୍ୟ ଚକ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହି ଯବାନଙ୍କ ସହ ଜଣେ 17 ବର୍ଷୀୟ ବାଳକଙ୍କୁ ମଧ୍ୟ ତାଙ୍କ ସାହାସିକତା ପାଇଁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ସେ ଜମ୍ମୁ-କାଶ୍ମୀରର ଇରଫାନ୍ ରମଜାନ ଶେଖ୍ ।
ଇରଫାନଙ୍କ ପାଇଁ ଗର୍ବିତ ଭାରତ, 14 ବର୍ଷରେ ପାଇଲେ 'ସୌର୍ଯ୍ୟ ଚକ୍ର' - ସୌର୍ଯ୍ୟ ଚକ୍ର
୨୦୧୭ରେ ଯେତେବେଳେ ଇର୍ଫାନ 14 ବର୍ଷର ଥିଲେ ତାଙ୍କ ଘରେ 3 ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏକେ-୪୭ ଓ ଗ୍ରେନେଡ ସହ ଇର୍ଫାନଙ୍କ ଘରେ ପହଞ୍ଚିଥିଲେ ଏହି ଆତଙ୍କବାଦୀମାନେ । ଏତେ ବଡ ଆତଙ୍କୀ ହାମଲାରେ ସେ ଭୟବିତ ହୋଇନଥିଲେ । ଧୌର୍ଯ୍ୟ ଏବଂ ସାହାସିକତାର ସହ ଆତଙ୍କବାଦୀଙ୍କ ସାମ୍ନା କରିଥିଲେ ।
୨୦୧୭ରେ ଯେତେବେଳେ ଇର୍ଫାନ 14 ବର୍ଷର ଥିଲେ ତାଙ୍କ ଘରେ 3 ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏକେ-୪୭ ଓ ଗ୍ରେନେଡ ସହ ଇର୍ଫାନଙ୍କ ଘରେ ପହଞ୍ଚିଥିଲେ ଏହି ଆତଙ୍କବାଦୀମାନେ । ଇରଫାନ୍ କବାଟ ଖୋଲିବା ମାତ୍ରେ ସେ ତାଙ୍କ ବାପାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ତେବେ ନିଜ ଘର ଉପରେ ହୋଇଥିବା ଏତେ ବଡ ଆତଙ୍କୀ ହାମଲାରେ ସେ ଭୟବିତ ହୋଇନଥିଲେ । ଧୌର୍ଯ୍ୟ ଏବଂ ସାହାସିକତାର ସହ ଆତଙ୍କବାଦୀଙ୍କ ସାମ୍ନା କରିଥିଲେ ।
ନିଜ ବାପା ଏବଂ ପରିବାରର ଜୀବନ ରକ୍ଷା ପାଇଁ ଇରଫାନ୍ ତୁରନ୍ତ ଆତଙ୍କବାଦୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଫଳରେ ସେଠାରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା । ଏଥିରେ ଭୟଭୀତ ହୋଇ ଅନ୍ୟ 2 ଜଣ ଆତଙ୍କବାଦୀ ସେମାନଙ୍କ ସହଯୋଗୀର ମୃତଦେହ ଛାଡି ସେଠାରୁ ପଳାଇଥିଲେ । ତାଙ୍କର ଏହି ସାହାସିକତା ପାଇଁ ଆଜି ତାଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି ।