ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମରେ ପହଞ୍ଚିଛନ୍ତି ଆୟରଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର । ସେ ରବିବାର ନିଜ ପରିବାର ସହ ଭାରତ ଗସ୍ତରେ ଆସିଛନ୍ତି । ତେବେ ରବିବାର ସେ ନିଜ ପୈତୃକ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସ୍ବାଗତ କରାଯାଇଥିଲା ।
ମହାରାଷ୍ଟ୍ରସ୍ଥିତ ନିଜ ପୈତୃକ ଗ୍ରାମରେ ଆୟରଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ - ireland pm leo varadkar
ନିଜ ପରିବାର ସହ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମରେ ପହଞ୍ଚିଛନ୍ତି ଆୟରଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ।
ଫଟୋ ସୌଜନ୍ୟ: ଏଏନଆଇ
2017ରେ ଆୟରଲାଣ୍ଡର ପ୍ରଧାନମନ୍ତ୍ରୀ ହେବାପରେ ଲିୟୋ ପ୍ରଥମଥର ପାଇଁ ନିଜ ପୈତୃକ ଗ୍ରାମକୁ ଆସିଛନ୍ତି । ଲିୟୋଙ୍କ ପିତା ପେଶାରେ ଜଣେ ଡାକ୍ତର ଅଟନ୍ତି । ସେ 1960ରେ ୟୁକେ ଯାଇ ସେଠାରେ ରହିଯାଇଥିଲେ । ତେବେ ଏହା ତାଙ୍କର ପାରିବାରିକ ଗସ୍ତ ।