ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତ କରିଛି ' ପୋଷ୍ଟ କୋଭିଡ କୋଚ ' । କୋରୋନା ମହାମାରୀକୁ ଦେଖି ଯାତ୍ରୀଙ୍କୁ ସଂକ୍ରମଣ ଠାରୁ ରକ୍ଷା କରିବାକୁ ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ପୋଷ୍ଟ କୋଭିଡ କୋଚ ' ବ୍ୟବସ୍ଥା କରିଛି । ପଞ୍ଜାବସ୍ଥିତ କପୁରଥଲାର ରେଳ ଫ୍ୟାକ୍ଟ୍ରିରେ ଏହି କୋତ ତିଆରି ହେଉଛି । ପୋଷ୍ଟ କୋଭିଡ କୋଚରେ କପର(ତମ୍ବା) କୋଟେଡ ହ୍ୟାଣ୍ଡେଲ, ପ୍ଲାଜମା ଏୟାର ପ୍ୟୁରିଫାୟର ଏବଂ ଟାଇଟେନିୟମ ଡାଇ ଅକ୍ସାଇଡ କୋଟିଙ୍ଗ ଦିଆଯାଇଥିବା ସିଟ ସହ ପାଦ ଦ୍ବାରା ପରିଚାଳିତ ହେଉଥିବା ଅନେକ ଫିଚରର ସୁବିଧା କରାଯାଇଛି ।
କାପୁରଥାଲାର ରେଳ କାରଖାନାରେ କୋରୋନା ଭାଇରସରୁ ରକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଏହିସବୁ କୋଚ ଡିଜାଇନ କରାଯାଉଛି । ଏହି କୋଚ ପ୍ରସ୍ତୁତିରେ ଯେପରି ହାତ ପରିବର୍ତ୍ତେ ଅଧିକ ପାଦ ଦ୍ବାରା ପରିଚାଳିତ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଯେପରିକି ବିନା ହାତ ସ୍ପର୍ଶରେ ଟଏଲେଟରେ ପାଣି ଏବଂ ସାବୁନ ବ୍ୟବହାର କରିବାର ସୁବିଧା, ଟଏଲେଟ ଫ୍ଲସକୁ ପାଦରେ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି । ଏପରିକି ଟଏଲେଟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଡୋରକୁ ହାତରେ ଖୋଲିବା ପରିବର୍ତ୍ତେ ପାଦରେ ପ୍ରେସ କରି ଖୋଲିପାରିବେ ।