ନୂଆଦିଲ୍ଲୀ:ଆଜିଠୁ ଆଉ ଗଡିବନି ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ । ଲକ୍ଷ୍ନୌ-ଦିଲ୍ଲୀ ଓ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ ଚଳାଚଳା ବନ୍ଦ । ଯାତ୍ରୀଙ୍କ ଅଭାବରୁ ଟ୍ରେନ ବନ୍ଦ ରଖିବାକୁ ଆଇଆରସିଟିସି ଏପରି ନିଷ୍ପତ୍ତି ନେଇଛି । ତେବେ କୋରୋନା ଲକଡାଉନ ହଟିବା ପରେ ତେଜସ ଟ୍ରେନ ଅକ୍ଟୋବରରେ ଯାତାୟତ ଆରମ୍ଭ କରିଥିଲା ।
ସୂଚନାଯୋଗ୍ୟ ଯେ, ଆଇଆରସିଟିସି ହେଉଛି ରେଳ ମନ୍ତ୍ରଣାଳୟର ଏକ ସାର୍ବଜନୀନ କ୍ଷେତ୍ର । ଏହାପୂର୍ବରୁ ମଙ୍ଗଳବାର ଆଇଆରସିଟିସି ଏକ ବିବୃତ୍ତିରେ କହିଛି ଯେ, ଯାତ୍ରୀଙ୍କ ଅଭାବ ହେତୁ ସମସ୍ତ ତେଜସ୍ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଆଇଆରସିଟିସି ନଭେମ୍ବର 23ରୁ ଲକ୍ଷ୍ନୌ-ନୂଆଦିଲ୍ଲୀ (82501/82502) ତେଜସ ଏକ୍ସପ୍ରେସକୁ ବାତିଲ କରିଥିବା ବେଳେ ଅହମ୍ମଦାବାଦ-ମୁମ୍ବାଇ (82901/82902) ତେଜସ ଏକ୍ସପ୍ରେସକୁ ନଭେମ୍ବର 24ରୁ ବାତିଲ କରିଛି ।