ଓଡିଶା

odisha

ETV Bharat / bharat

‘ଆମେରିକାର ଅପମାନ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟୁତୁଲ୍ଲାହ ଅଲ୍ଲୀ ଖାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ମୁହଁ ଖୋଲିଛନ୍ତି । ଆମେରିକାର ଚାପ କିମ୍ବା ଅପମାନ ଆଗରେ ତାଙ୍କ ଦେଶ ମୁଣ୍ଡାଇବ ନାହିଁ ବୋଲି ସେ କହିଛନ୍ତି ।

By

Published : Jun 27, 2019, 6:25 AM IST

ଫାଇଲ ଫଟୋ


ନୂଆଦିଲ୍ଲୀ: ଆମେରିକା- ଇରାନ ମଧ୍ୟରେ ଚାଲିଥିବା ତିକ୍ତତା କମିବାର ନାଁ ଧରୁନି । ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଗୋଟେ ପଟେ ଆମେରିକା ଇରାନ ଉପରେ ନାନା ପ୍ରତିବନ୍ଧକ ଲଗାଉଥିବା ବେଳେ ଏହାର ଜବାବ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟୁତୁଲ୍ଲାହ ଅଲ୍ଲୀ ଖାମନେଇ । ଯେକୌଣସୀ ପରିସ୍ଥିତିରେ ବି ଆମେରିକାର ଚାପ କିମ୍ବା ଅପମାନ ଆଗରେ ତାଙ୍କ ଦେଶ ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ ସଫାସଫା କହିଛନ୍ତି ।

ଏହା ସହ ଆହୁରି କହିଛନ୍ତି, ଇରାନୀ ମାନେ ଗାରିମା, ସ୍ବତନ୍ତ୍ରତା ଓ ପ୍ରଗତି ଚାହାନ୍ତି । ସେଥିପାଇଁ ଆମେରିକାର ଚାପ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଆମେରିକା କେବଳ ଇରାନ ଉପରେ ଦୋଷ ଲଦୁଛି କିନ୍ତୁ ବାସ୍ତବିକ ଆମେରିକା ନିଜେ ସଂଘର୍ଷ, ଯୁଦ୍ଧ ଓ ଲୁଟପାଟ୍ କରୁଛି । ଏହା ସହ ସେ ଆହୁରି କହିଛନ୍ତି ଆମେରିକା କଥାବାର୍ତ୍ତା ନାମରେ ଇରାନ ସହ କପଟ କରୁଛି ।

ପ୍ରକାଶ ଯେ, ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମନେଇ ଓ ଇରାନର ଅନ୍ୟାନ୍ୟ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକି କୁଟନୈତିକ ଦ୍ବାର ବନ୍ଦ ବୋଲି କୁହାଯାଉଛି ।

ABOUT THE AUTHOR

...view details