ଲକ୍ଷ୍ନୌ: ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ସିବିଆଇ କୋର୍ଟରେ ଯଥାଶୀଘ୍ର ମାମଲା ଶେଷ କରିବାକୁ ବାବରୀ ପକ୍ଷକାର ଇକବାଲ ହଂସାରୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ନଭେମ୍ବର 9 ରେ ରାମଜନ୍ମଭୂମି ବିବାଦ ଶେଷ ହୋଇଥିଲା। ଏବେ ବିବାଦୀୟ ଢାଞ୍ଚା ଭାଙ୍ଗିବା ପାଇଁ ସିବିଆଇ କୋର୍ଟ ଶୁଣାଣି କରୁଛନ୍ତି।
ଅଯୋଧ୍ୟା ବିବାଦୀୟ ଢାଞ୍ଚା ଧ୍ବଂସ ମାମଲା ସମାପ୍ତ କରାଯାଉ: ଇକବାଲ୍ ହଂସାରୀ - babri demolition case also be closed
ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ସିବିଆଇ କୋର୍ଟରେ ଯଥାଶୀଘ୍ର ମାମଲା ଶେଷ କରିବାକୁ ବାବରୀ ପକ୍ଷକାର ଇକବାଲ ହଂସାରୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସେ କହିଛନ୍ତି, କୋର୍ଟ ବିବାଦୀୟ ଢାଞ୍ଚାକୁ ନେଇ ରାୟ ଶୁଣାଇ ଦେଇଛନ୍ତି ଓ ମନ୍ଦିର ସପକ୍ଷରେ ରାୟ ଆସିଛି । ବର୍ତ୍ତମାନ ବାବରୀ ମସଜିଦକୁ ଭାଙ୍ଗିବା ନେଇ ସିବିଆଇ ପାଖରେ ଥିବା ମାମଲାକୁ ସମାପ୍ତ କରିବା ଆବଶ୍ୟକ । ସେ କହିଛନ୍ତି ଯେ ବର୍ତ୍ତମାନ ରାମଜନ୍ମଭୂମି-ବାବରୀ ମସଜିଦ ନାମରେ କୌଣସି ଝଗଡା ହେବା ଉଚିତ ନୁହେଁ। ଆମ ଦେଶରେ ସାମ୍ପ୍ରଦାୟିକ ନାମ ଭଳି କିଛି ନାହିଁ । ଦେଶରେ କୌଣସି ହିନ୍ଦୁ-ମୁସଲମାନ ବିବାଦ ହେବା ଉଚିତ ନୁହେଁ। ବର୍ତ୍ତମାନ ଏହି ବିଷୟକୁ ଆଗକୁ ନିଆଯିବା ଉଚିତ୍ ନୁହେଁ ।
ହଂସାରୀ କହିଛନ୍ତି ଯେ ଆମେ କେବଳ ଚାହୁଁଛୁ ଯେ ବର୍ତ୍ତମାନ ହିନ୍ଦୁ ଓ ମୁସଲମାନ ମଧ୍ୟରେ କୌଣସି ବିବାଦ ନ ହେଉ। ରାମଜନ୍ମଭୂମି-ବାବରୀ ମସଜିଦ ପ୍ରସଙ୍ଗକୁ ନେଇ 28 ବର୍ଷ ଧରି ରାଜନୀତି ଚାଲିଥିଲା। ସୁପ୍ରିମକୋର୍ଟ ମନ୍ଦିର ସପକ୍ଷରେ ନିଷ୍ପତ୍ତି ନେଇଥିଲେ ଓ ଏହି ନିଷ୍ପତ୍ତିକୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ମାନିତ କରିଥିଲେ।