ନୂଆଦିଲ୍ଲୀ:ନାଗରିକତା ଆଇନ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ସ୍ଥିତିରେ । ଏପର୍ଯ୍ୟନ୍ତ ପ୍ରାୟ 42ଜଣଙ୍କର ଗଲାଣି ପ୍ରାଣ । ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ଦେଖିବାକୁ ମିଳିଥିବା ବେଳେ ଦିଲ୍ଲୀ କମିଶନର ଭାବେ ମଙ୍ଗ ସମ୍ଭାଳିଛନ୍ତି 1985 ବ୍ୟାଚର ଆଇପିଏସ ଏସ.ଏନ ଶ୍ରୀବାସ୍ତବ ।
ପୂର୍ବରୁ ଦିଲ୍ଲୀର ପୋଲିସ କମିଶନର ଥିଲେ ଓଡିଆ ପୁଅ ଅମୂଲ୍ୟ ପଟ୍ଟନାୟକ । ସେ ଆଜି ଅବସର ନେବା ପରେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଏସ.ଏନ ଶ୍ରୀବାସ୍ତବ। ପୂର୍ବରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲରେ ସ୍ବତନ୍ତ୍ର ପୁଲିସ କମିଶନର ଥିବା ସମୟରେ ଶ୍ରୀବସ୍ତବ ଆଇପିଏଲ ମ୍ୟାଚ୍ ଫିକ୍ସିଂର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।