ନୂଆଦିଲ୍ଲୀ: ଅନ୍ତରୀଷ୍ଟ୍ରୀୟ ଯୋଗ ଦିବସରେ ସାରା ବିଶ୍ବ ଯୋଗରେ ମଗ୍ନ ଥିଲା । ଭାରତରେ ମଧ୍ୟ ଯୋଗକୁ ନେଇ ବ୍ୟାପକ ଆୟୋଜନ କରାଯାଇଥିଲା । ସରକାରୀଠୁ ନେଇ ଅଣସରକାରୀ ସଙ୍ଗଠନ ଯେତେବେଳେ ଯୋଗାଭ୍ୟାସ କରୁଥିଲେ । ଏଇ ଭିତରେ ଶୁକ୍ରବାର ଦିନସାରା ସାମାଜିକ ଗଣ ମାଧ୍ୟମରେ ଏକ ଛବି ଭାଇରାଲ ହେବାକୁ ଲାଗିଥିଲା, ଯେଉଁଥିରେ ଭାରତୀୟ ସେନାର କୁକୁରମାନେ ଯୋଗ କରଥିବା ନଜର ଆସିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଛବିକୁ ଟ୍ବିଟ କରି ନ୍ୟୁଇଣ୍ଡିଆ ବୋଲି ଲେଖିଥିଲେ ।
ମହିଳା ଆଇପିଏସଙ୍କ ରାହୁଲଙ୍କୁ ଜବାବ - controversial-tweet
ଅନ୍ତରୀଷ୍ଟ୍ରୀୟ ଯୋଗ ଦିବସରେ ରାହୁଲ ଗାନ୍ଧୀ ସେନାର କୁକୁର ଯୋଗ କରୁଥିବା ଫଟୋ ଟ୍ବଟ କରିବା ପରେ ଟ୍ରୋଲ ହୋଇଛନ୍ତି । ମହିଳା ଆଇପିଏସ ତଥା ରେଲଓ୍ବେର ପୋଲିସ ମହାନିର୍ଦ୍ଦେଶକ ପଦରେ ଥିବା ଡି ରୁପା ରାହୁଲଙ୍କ ଟ୍ବିଟର ଜବାବ ଦେବା ସହ ନ୍ୟୁଇଣ୍ଡିଆ ଉପରେ ଗର୍ବ ଅନୁଭବ କରୁଥିବା କହିଛନ୍ତି ।
ରାହୁଲ ଏହି ଟ୍ବିଟ କରି ବସି ବସି ବିରୋଧିଙ୍କୁ ସୁଯୋଗ ଦେବା ସହ ସାମାଜିକ ଗଣମଧ୍ୟମରେ ଟ୍ରୋଲ ହୋଇଛନ୍ତି । ରାହୁଲଙ୍କ ଟ୍ବିଟର ଜବାବ ଦେବାକୁ ଯାଇ ଜଣେ ମହିଳା ଆଇପିଏସ ଅଫିସର ଲେଖିଛନ୍ତି ଯେ, ଏହି କୁକୁରଙ୍କୁ ଟ୍ରେନିଂ ଦେବା ବ୍ୟକ୍ତି ଜଣେ ପୋଲିସ କିମ୍ବା ସୈନିକ ହୋଇଥାନ୍ତି । ବହୁ କଠିନ ଟ୍ରେନିଂ ଦେଇ ଏମାନେ ଗତି କରିଥାନ୍ତି । ସେନାର ପ୍ରତ୍ୟେକ କୁକୁର କେବଳ ନିଜର ମାଲିକର ଆଦେଶ ମାନିଥାଏ ।
ରେଲଓ୍ବେର ପୋଲିସ ମହାନିର୍ଦ୍ଦେଶକ ପଦରେ ଥିବା ଡି ରୁପା ନାମକ ଏହି ମହିଳା ଆଇପିଏସ ଅଫିସର ଏତିରେ ଅଟକି ଯାଇନଥିଲେ । ସେ ଆହୁରି କହିଛନ୍ତି ଯେ ଏହି କୁକୁରମାନେ ବିସ୍ଫୋରଣ ପୂର୍ବରୁ ବିସ୍ଫୋଟକକୁ ସୁଙ୍ଘି ଦେଶର ଭିଆଇପିମାନଙ୍କୁ ବଞ୍ଚାଇଥାନ୍ତି । ଏଥିପାଇଁ ନୂଆ ଭାରତ ତଥା ନ୍ୟୁଇଣ୍ଡିଆ ଉପରେ ଗର୍ବ ଅନୁଭବ କରୁଥିବା ନେଇ ରୂପା କହିଛନ୍ତି ।