ନୂଆଦିଲ୍ଲୀ: ଆଇଏନଏକ୍ସ(INX) ମିଡିଆ ମାମଲାରେ ନ୍ୟାୟିକ ହେପାଜତରେ ଥିବା ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ଶୁଣାଣି ହେବ। ତାଙ୍କ ବିରୋଧରେ ଥିବା ଏହି ମାମଲା 2007ର । ଏହା ସହ ଜଡିତ କୌଣସି ପ୍ରମାଣ ନଷ୍ଟ ନେଇ ଆଶଙ୍କା ନଥିବା ଶୁଣାଣି ସମୟରେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ କହିଛନ୍ତି । ତେଣୁ ତାଙ୍କୁ ଜାମିନ ପ୍ରଦା କରିବା ଉଚିତ ବୋଲି ସିବଲ କହିଛନ୍ତି।
ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି - ଚିଦାମ୍ବରମଙ୍କ ଜାମିନ ଆବେଦନ
ଆଇଏନଏକ୍ସ(INX) ମିଡିଆ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ମଧ୍ୟ ଶୁଣାଣି ହେବ। ଚିଦାମ୍ବରମଙ୍କୁ ଜାମିନ ଦେବା ଉଚିତ ବୋଲି ତାଙ୍କ ଓକିଲ କପିଲ ସିବଲ କହିଛନ୍ତି।
ଫାଇଲ ଫଟୋ
ଏ ମାମଲାରେ ତଦନ୍ତ କରୁଥିବା ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଏହା ଏପରି ଏକ ମାମଲା ଯେଉଁଥିରେ ଉଚ୍ଚପଦରେ ବସିଥିବା ଜଣେ ବ୍ୟକ୍ତି ନିଜ ପଦର ଦୁରୂପଯୋଗ କରିବା ସହ ଟଙ୍କା ହେରଫେର କରିଛି । ଏହାକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଆସ୍ବସ୍ତି ଦିଆଯିବାର ଆବଶ୍ୟକତା ନାହିଁ।
ବର୍ତ୍ତମାନ ଚିଦାମ୍ବରମ ତିହାର ଜେଲରେ ବନ୍ଦୀ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ତିହାର ଜେଲ ଯାଇ ସେଠାରେ ଚିଦାମ୍ବରମଙ୍କୁ ସାକ୍ଷାତ କରିଥିଲେ।