ଓଡିଶା

odisha

ETV Bharat / bharat

INX ମିଡିଆ ମାମଲା: ଚିଦାମ୍ବରମ ଓ ପୁଅ କାର୍ତ୍ତୀଙ୍କ ବିରୋଧରେ ଇଡିର ଚାର୍ଜସିଟ ଦାଖଲ

ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶ ସମ୍ବନ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ବେଆଇନ ଭାବେ କରାଇଥିଲେ । ଏନେଇ 2017ରେ ସିବିଆଇ ପକ୍ଷରୁ ଏକ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ...

ଚିଦାମ୍ବରମ ଓ ପୁଅ କାର୍ତ୍ତୀଙ୍କ ବିରୋଧରେ ଇଡିର ଚାର୍ଜସିଟ ଦାଖଲ
ଚିଦାମ୍ବରମ ଓ ପୁଅ କାର୍ତ୍ତୀଙ୍କ ବିରୋଧରେ ଇଡିର ଚାର୍ଜସିଟ ଦାଖଲ

By

Published : Jun 3, 2020, 7:43 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ବେଆଇନ ଅର୍ଥ କାରବାର ମାମଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି । ପି.ଚିଦାମ୍ବରମଙ୍କ ସମେତ ପୁଅ କାର୍ତ୍ତୀଙ୍କ ବିରୋଧରେ ମଧ୍ୟ ଦିଲ୍ଲୀରେ ହାଇକୋର୍ଟରେ ଏକ ଚାର୍ଜସିଟ ଦାଖଲ କରାଯାଇଛି ।

ଏହି ମାମଲାରେ ଇଡି ପୂର୍ବରୁ ପି.ଚିଦାମ୍ବରମଙ୍କୁ ଗିରଫ ମଧ୍ୟ କରିଥିଲା । ତିହାର ଜେଲରେ 106 ଦିନ ରହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ୟୁପିଏ ସରକାର ସମୟରେ ଆଇଏନଏକ୍ସ ମିଡିଆ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ଗିରଫ କରିବା ସହ ପଚରା ଉଚରା କରିଥିଲା ।

ସୁପ୍ରିମକୋର୍ଟଙ୍କ ଜାମିନ ଦେବା ପରେ ପି ଚିଦାମ୍ବରମ୍ 5 ଡିସେମ୍ବର 2019 ରେ ତିହାର ଜେଲରୁ ମୁକ୍ତ କରାଯାଇଥିଲା। 2007 ମସିହାରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଏନ୍ସ (ୟୁପିଏ) ସରକାରରେ ଅର୍ଥମନ୍ତ୍ରୀ ଥିବାବେଳେ ପି ଚିଦାମ୍ବରମ୍ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।

ଚିଦାମ୍ବରମ୍ INX ମିଡିଆକୁ ବେଆଇନ ଭାବେ FIPB ର ମଞ୍ଜୁର ଦେଇଥିଲେ । ଏଥିପାଇଁ ସେ ବିଦେଶରୁ‌ 305 କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସିବିଆଇ ପକ୍ଷରୁ 2017 ମସିହାରେ ମାମଲା ରୁଜୁ ହୋଇଥିଲା । 2018 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମନି ଲଣ୍ଡ୍ରିଂ ମାମଲାରେ ଦାୟର କରିବା ପରେ ସିବିଆଇ ପଚରା ଉଚରା ଆରମ୍ଭ କରିଥିଲା । ଏହି ସମାନ ମାମଲାରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତୀକୁ ମଧ୍ୟ ଗିରଫ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଇଡି ଯାଞ୍ଚ ସମୟରେ ଜଣାପଡିଥିଲା ପି ଚିଦାମ୍ବରମ ଓ INX ମିଡିଆର ପିଟର ଓ ଇନ୍ଦ୍ରାନି ମୁଖାର୍ଜୀଙ୍କ ସହ ଏହି ମାମଲାରେ ଆଲୋଚନା କରିଥିଲେ ।

ABOUT THE AUTHOR

...view details