ଓଡିଶା

odisha

ETV Bharat / bharat

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ଶୁକ୍ରବାର ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଚିଦାମ୍ବରମଙ୍କୁ ଜେଲରେ ହିଁ ରହିବାକୁ ହେବ ।

ଫାଇଲ ଫଟୋ

By

Published : Nov 15, 2019, 4:36 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଜୋରଦାର ଝଟକା ଲାଗିଛି । ଶୁକ୍ରବାର ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଚିଦାମ୍ବରମଙ୍କୁ ଜେଲରେ ହିଁ ରହିବାକୁ ହେବ ।

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ତଦନ୍ତକାରୀ ସଂସ୍ଥା ପାଖରେ ଥିବାରୁ ପ୍ରମାଣ ସହ କୌଣସି ପ୍ରକାର ହେରଫେର ହେବାର ଆଶଙ୍କା ନଥିବା ଏହି ଆବେଦନରେ ଦର୍ଶାଇଥିଲେ ଚିଦାମ୍ବରମ । ଯାହାକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଚଳିତ ବର୍ଷ ଅଗଷ୍ଟ 21 ତାରିଖରେ ଗିରଫ କରାଯାଇଥିଲା । ସେବେଠାରୁ ସେ ତିହାର ଜେଲରେ ଅଛନ୍ତି ।

ABOUT THE AUTHOR

...view details