ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଜେରା କରିବା ଜାରି ରଖିଛି ସିବିଆଇ । ଏ ଘଟଣାରେ ତାଙ୍କର ସମ୍ପୃକ୍ତିକୁ ନେଇ ଅଧିକ ତଥ୍ୟ ପାଇବା ପାଇଁ ସିବିଆଇ 5ଟି ଦେଶକୁ ଚିଠି ଲେଖିଛି ।
ଆଇଏନଏକ୍ସ ମିଡିଆ ମାମଲା: 5 ଦେଶକୁ ଚିଠି ଲେଖିଲା ସିବିଆଇ - ଚିଦାମ୍ବରମ
ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତିକୁ ଥିବା ନେଇ ଅଧିକ ପ୍ରମାଣ ପାଇବା ପାଇଁ ସିବିଆଇ ବ୍ରିଟେନ, ମରିସସ, ବର୍ମୁଡା, ସ୍ବିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁରକୁ ଚିଠି ଲେଖିଛି ।
![ଆଇଏନଏକ୍ସ ମିଡିଆ ମାମଲା: 5 ଦେଶକୁ ଚିଠି ଲେଖିଲା ସିବିଆଇ](https://etvbharatimages.akamaized.net/etvbharat/prod-images/768-512-4226155-thumbnail-3x2-cbi.jpg)
ଡିଜାଇନ ଫଟୋ
ଏନେଇ ବ୍ରିଟେନ, ମରିସସ, ବର୍ମୁଡା, ସ୍ବିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁପରକୁ ଚିଠି ଲେଖିଛି । ଅଧିକ ସାକ୍ଷ୍ୟ ପ୍ରମାଣ ପାଇଁ ସିବିଆଇ ଏ ସବୁ ଦେଶକୁ ଚିଠି ଲେଖିଛି। ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି 26 ଅଗଷ୍ଟରେ ହେବାକୁ ଥିବା ବେଳେ ବର୍ତ୍ତମାନ ସେ ସିବିଆଇ ହେପାଜତରେ ଅଛନ୍ତି ।