ଓଡିଶା

odisha

ETV Bharat / bharat

ଆଇଏନଏକ୍ସ ମିଡିଆ ମାମଲା: ପି.ଚିଦାମ୍ବରମ ଗିରଫ

ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପଚରା ଉଚୁରା କରିବାକୁ ତିହାର ଜେଲ ପହଞ୍ଚିଥିଲେ ଇଡିର 3 ଅଧିକାରୀ । ବୁଧବାର ସକାଳ 8ଟା ପରେ ତାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

By

Published : Oct 16, 2019, 11:50 AM IST

ତିହାର ଜେଲ ପହଞ୍ଚିଲେ ଇଡିର 3 ଅଧିକାରୀ, ଚିଦାମ୍ବରମଙ୍କୁ ଜେରା

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଏନେଇ ତାଙ୍କୁ ପଚରାଉଚୁରା କରିବା ପାଇଁ ତିହାର ଜେଲ ପହଞ୍ଚିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର 3 ଅଧିକାରୀ । ଚିଦାମ୍ବରମଙ୍କୁ ଜେଲରେ ପଚରାଉଚୁରା କରିବା ଏ ମାମଲାରେ ଇଡି ତାଙ୍କୁ ଗିରଫ କରିଛି ।

ଚିଦାମ୍ବରମଙ୍କୁ ଜେରା କରିବା ପାଇଁ ମଙ୍ଗଳବାର ଦିଲ୍ଲୀ କୋର୍ଟ ଇଡିଙ୍କୁ ଅନୁମତି ଦେଇଥିଲେ । ବୁଧବାର ସକାଳ 8ଟା ପରେ ତାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେପଟେ ତାଙ୍କ ପୁଅ କାର୍ତ୍ତୀ ଓ ପତ୍ନୀ ନଳିନୀ ମଧ୍ୟ ତିହାର ଜେଲରେ ପହଞ୍ଚିଥିଲେ । ଇଡିର 3 ଅଧିକାରୀ ମହେଶ ଗୁପ୍ତା, ସନ୍ଦୀପ ଥାପିୟଲ, ଦୈନିକ ଜୈନ ଜେରା କରିବାକୁ ଜେଲରେ ପହଞ୍ଚିଥିଲେ ।

ଗତକାଲି କୋର୍ଟ କହିଥିଲେ ଯେ, ଯଦି ଆବଶ୍ୟକ ପଡେ ତେବେ ଇଡି ପଚରାଉଚରା ପରେ ଚିଦାମ୍ବରମଙ୍କୁ ଗିରଫ ମଧ୍ୟ କରିପାରିବ । ଏହା ମଧ୍ୟରେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଇଡି ଚିଦାମ୍ବରମଙ୍କୁ ଜେରା ଓ ଗିରଫ କରିବା ପାଇଁ କୋର୍ଟରେ ଆବେଦନ କରିଥିଲା । ତେବେ ଏହାକୁ ବିରୋଧ କରିଥିଲେ ତାଙ୍କର ଓକିଲ କପିଲ ଶିବଲ ।

ABOUT THE AUTHOR

...view details