ନୂଆଦିଲ୍ଲୀ: ଆଜି(ସୋମବାର) ସୁପ୍ରିମକୋର୍ଟ କହିଛନ୍ତି ଯେ ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, 1985 ଅନୁଯାୟୀ ଯଦି ଅନୁସନ୍ଧାନକାରୀ ଓ ଅଭିଯୋଗକାରୀ ସମାନ ଅଟନ୍ତି ତେବେ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇପାରିବ ନାହିଁ ।
ବିଚାରପତି ଅରୁଣ ମିଶ୍ର, ବିଚାରପତି ଇନ୍ଦିରା ବାନାର୍ଜୀ, ବିଚାରପତି ଭିନେତ ସରନ, ବିଚାରପତି ଏମଆର ଶାହା ଓ ବିଚାରପତି ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ 5 ଜଣିଆ ଖଣ୍ଡପୀଠ ଏ ରାୟ ଦେଇଛନ୍ତି । ଏକ ଅପରାଧିକ ମାମଲାର ତଦନ୍ତକାରୀ ଅଧିକାରୀ, ସୂଚନାଦାତା ବା ଅଭିଯୋଗକାରୀ ହୋଇପାରିବେ କି ନାହିଁ ସେନେଇ ଏହି ରାୟ ପ୍ରକାଶ ପାଇଛି ।