ନୂଆଦିଲ୍ଲୀ: ରବିବାର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ 50 ତମ ବାର୍ଷିକ ସମ୍ମିଳନୀର ସମାପନା ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ସେଠାରେ ଉପସ୍ଥିତ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଗବେଷଣା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବା ଉଚିତ । ଏହା ଦ୍ବାରା ଷ୍ଟାର୍ଟ-ଅପ ସଂସ୍କୃତିକୁ ପ୍ରତ୍ସାହନ ମିଳିବ ଏବଂ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ । ’ ବିଶ୍ବ ବିଦ୍ୟାଳୟର କୁଳପତି ଦାୟୀତ୍ବ ନିର୍ବାହ କରୁଥିବା ଜିଲ୍ଲାପାଳ ଏ ଦିଗରେ ଧ୍ୟାନ ଦେବା ଉଚିତ ବୋଲି ପିଏମ ମୋଦି କହିଛନ୍ତି ।
'ବିଶ୍ବ ବିଦ୍ୟାଳୟରେ ଗବେଷଣା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବା ଉଚିତ' - ନୂଆ ଶିକ୍ଷା ନୀତି
ଉଚ୍ଚଶିକ୍ଷା ଅନୁଷ୍ଠାନର ଗବେଷଣା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବା ଉଚିତ । ଏହା ଦ୍ବାରା ଷ୍ଟାର୍ଟ-ଅପ ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ ଏବଂ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ ବୋଲି ରାଜ୍ୟପାଳଙ୍କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଶ୍ବବିଦ୍ୟାଳୟ କୁଳାଧିପତି ରୂପେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣର ସନ୍ଦେଶ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହା ବ୍ୟତୀତ ନୂଆ ଶିକ୍ଷା ନୀତି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଚ୍ଚ ଗୁଣବତ୍ତାଯୁକ୍ତ ଗବେଷଣା ପାଇଁ ନିବେଶ ବୃଦ୍ଧି କରିବା ଦିଗରେ ରାଜ୍ୟପାଳଙ୍କ ଭୂମିକା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆଦିବାସୀ କଲ୍ୟାଣ ଏବଂ ଜଳ, ଶିକ୍ଷା ଓ କୃଷି ସହ ଜଡିତ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା । ମୋଦି ସରକାର ଲୋକଙ୍କ ବିକାଶ ଏବଂ ସେମାନଙ୍କ ଜୀବନରେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।