ଓଡିଶା

odisha

By

Published : Jul 18, 2020, 5:12 PM IST

ETV Bharat / bharat

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ପୂର୍ବରୁ ମହନ୍ତଙ୍କ ମଧ୍ୟରେ ଫାଟ !

ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ନେଇ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ସେପଟେ ବୈଠକର ଏଜେଣ୍ଡାକୁ ନେଇ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନିକଟରେ କୌଣସି ସୂଚନା ନଥିବା ସେ କହିଛନ୍ତି ।

ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର
ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର

ଲକ୍ଷ୍ନୌ:ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ନେଇ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ମନ୍ଦିର ନିର୍ମାଣର ତିଥି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ସେପଟେ ବୈଠକର ଏଜେଣ୍ଡାକୁ ନେଇ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନିକଟରେ କୌଣସି ସୂଚନା ନଥିବା ସେ କହିଛନ୍ତି ।

ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସମେତ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରାୟ ସମସ୍ତ ସଦସ୍ୟ ଏହି ବୈଠକ ପାଇଁ ଅଯୋଧ୍ୟା ପହଞ୍ଚି ସାରିଛନ୍ତି । ଅପରାହ୍ନ 3 ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ବୈଠକର 2 ଦିନ ପୂର୍ବରୁ ଅର୍ଥାତ ଜୁଲାଇ 16 ତାରିଖରେ ବୈଠକ କରି ଶନିବାର ହେବାକୁ ଥିବା ବୈଠକର ଏଜେଣ୍ଡା ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ ଏହି ବୈଠକ ସମ୍ପର୍କରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖରେ କୌଣସି ସୂଚନା ରହିନଥିବା ସେ କହିଛନ୍ତି । ବୈଠକରେ କେଉଁ ବିଷୟରେ ଆଲୋଚନା ହେବ ସେନେଇ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା ସେ କହିଛନ୍ତି ।

ତେବେ ବୈଠକ ସମ୍ପର୍କରେ ସୂଚନା ପାଇନଥିବା ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା । ଏନେଇ ମହନ୍ତଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ ଏହାର ସୂଚନା ପାଇବା ମାତ୍ରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ଏବଂ ଟ୍ରଷ୍ଟର ଆର୍ଥିକ ଦାୟିତ୍ୱ ତୁଲାଉଥିବା ଡ. ଅନିଲ ମିଶ୍ର ନୃତ୍ୟ ଗୋପାଳ ଦାସଙ୍କ ସହ ଆଲୋଚନା କରି ଏହି ବୈଠକରେ ଯୋଗଦେବାକୁ ତାଙ୍କୁ ରାଜି କରାଇଥିଲେ ।

ଏନେଇ ମଣିରାମ ଦାସ କ୍ୟାଣ୍ଟନମେଣ୍ଟର ଉତ୍ତରାଧିକାରୀ ମହନ୍ତ କମଲନୟନ ଦାସ କହିଛନ୍ତି, ମହନ୍ତ ଦାସଙ୍କର ଅସନ୍ତୋଷର କୌଣସି ପ୍ରଶ୍ନ ଉଠୁନାହିଁ । ବୁଝାମଣା ଅଭାବ ଯୋଗୁଁ ସେ ଏଭଳି କହିଥିଲେ । ସେ ଆଜିର ବୈଠକରେ ନିଶ୍ଚିତ ଯୋଗ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details