ଓଡିଶା

odisha

ETV Bharat / bharat

ସୋସିଆଲ ମିିଡିଆରେ ଚାଲିଛି 20 ଲକ୍ଷ କୋଟିର ହିସାବ - PM Modi Announced 20 Lakh Crore Package

ମୋଦିଙ୍କ ଏହି ପ୍ୟାକେଜ୍ ଘୋଷଣା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ କୌଣସି ଗାଣିତିକ ବୈଜ୍ଞାନିକଙ୍କଠୁ କମ୍ ହୋଇଯାଇନାହାଁନ୍ତି । ତେବେ କେମିତି ଗାଣିତିକ ଫର୍ମୁଲା ଆମେ କହୁଛୁ...

social media
ମୋଦିଙ୍କ ଅର୍ଥନୈତିକ ପ୍ୟାକେଜ

By

Published : May 13, 2020, 1:40 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧନ କରିବା ସମୟରେ 20 ଲକ୍ଷ କୋଟି ମୂଲ୍ୟର ଏକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କୋରୋନା ଭାଇରସର ପ୍ରଭାବ ତଥା ଅର୍ଥନୀତିର ମୁକାବିଲାରେ ଦେଶକୁ ସାହାଯ୍ୟ କରିବା ପାଇଁ ସେ ‘ଆତ୍ମନିର୍ଭରଶୀଳ ଭାରତ’ ଅଭିଯାନର ଘୋଷଣା କରିଛନ୍ତି ।

ତେବେ ମୋଦିଙ୍କ ଏହି ପ୍ୟାକେଜ୍ ଘୋଷଣା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ କୌଣସି ଗାଣିତିକ ବୈଜ୍ଞାନିକଙ୍କଠୁ କମ୍ ହୋଇଯାଇନାହାଁନ୍ତି । ତେବେ କେମିତି ଗାଣିତିକ ଫର୍ମୁଲା ଆମେ କହୁଛୁ । ମୋଦି ମଙ୍ଗଳବାର ରାତି 8 ଟା 20 ମିନିଟରେ ଏହି ପ୍ୟାକେଜ ଘୋଷଣା କରିଥିଲେ ଅର୍ଥାତ 20ଟା 20ରେ ଓ ଏହା 2020 ମସିହା ମଧ୍ୟ ଆଉ ମୋଦିଙ୍କ ପ୍ୟାକେଜ 20 ଲକ୍ଷ କୋଟି । ତେଣୁ ସୋସିଆଲ ମିଡିଆ ମୋଦିଙ୍କ ଏହି ଅଭିଭାଷଣକୁ ଟ୍ରୋଲ କରିବାରେ ବ୍ୟସ୍ତ ।

ଅନ୍ୟପକ୍ଷେ କେତେକ 133 କୋଟି ଲୋକଙ୍କୁ ନେଇ 20 ଲକ୍ଷ କୋଟି ଟଙ୍କା ଭାଗ କରିଛନ୍ତି । ପ୍ରତ୍ୟେକ 15 ଲକ୍ଷ ପାଇବେ ବୋଲି ଜଣେ ସୋସିଆଲ ମିଡିଆ ୟୁଜର ପୋଷ୍ଟ କରିଛନ୍ତି । ଏପରି ଅନେକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଛି ।

ABOUT THE AUTHOR

...view details