ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବି ଜଳୁଛି ନିଆଁ। ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟରୁ ଏହି ନିଆଁ ଏବେ ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପୀଛି। ଫଳରେ ନୂଆଦିଲ୍ଲୀ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଭାବେ ପୋଡାଜଳା ଲାଗି ରହିଛି। ଏହାସହ ଆନ୍ଦୋଳନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କ ସହ ଇଣ୍ଟରନେଟ କଟଣା ଜାରି ହୋଇଛି ।
ସିଏଏ ପ୍ରସଙ୍ଗ: ୟୁପିରେ ବଢିଲା କଟକଣା - ନାଗରିକତା ସଂଶୋଧନ ଆଇନ
ସାରା ଦେଶରେ ସିଏଏ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଦେଖି ଉତ୍ତର ପ୍ରଦେଶ ସରକାର ତିନୋଟି ଜିଲ୍ଲା ପାଇଁ କଟକଣା ବୃଦ୍ଧି କରିଛନ୍ତି।
Internet suspended
ପ୍ରୟାଗରାଜ, ଫିରୋଜାବାଦ ସୋମବାର ସଂଧ୍ୟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖାଯାଇଛି। ସେହିଭଳି ବରେଲ୍ଲୀ ଜିଲ୍ଲାରେ ସ୍କୁଲ କଲେଜ 24 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।