ଓଡିଶା

odisha

ETV Bharat / bharat

ଅନନ୍ତନାଗରେ ଇଣ୍ଟରନେଟ ସେବା ଠପ, ସୁରକ୍ଷା ବ୍ୟବସ୍ଥା କଡାକଡି

ଦକ୍ଷିଣ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ । 5 ସିଆରପିଏଫ ଯବାନ ଶହୀଦ । ଜଣେ ଆତଙ୍କୀ ମୃତ । ଘଟଣାସ୍ଥଳରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି ।

By

Published : Jun 13, 2019, 7:57 AM IST

Updated : Jun 13, 2019, 10:25 AM IST

ଫାଇଲ ଫଟୋ

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ କେପି ରୋଡରେ ସୁରକ୍ଷାବଳ ଉପରକୁ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ 5 ସିଆରପିଏଫ ଯବାନ ଶହୀଦ । ଘଟଣାପରେ ଏଠାରେ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ଏହି ଆକ୍ରମଣରେ 5 ଯବାନ ଶହୀଦ ହେବା ସହ ଜଣେ ଆତଙ୍କୀ ନିପାତ ହୋଇଛି । ଏହାସହ ଜମ୍ମୁ ଏବଂ କାଶ୍ମୀର ଜଣେ ପୋଲିସ ଇନସ୍ପେକ୍ଟର ଗୁରୁତର ହୋଇଛନ୍ତି । କେବଳ ଏତିକି ନୁହେଁ ଆକ୍ରମଣରେ 3 ଜଣ ସିଆରପିଏଫର ଯବାନ ଏବଂ ଜଣେ ମହିଳା ଆହତ ହୋଇଛନ୍ତି । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି ।

Last Updated : Jun 13, 2019, 10:25 AM IST

For All Latest Updates

ABOUT THE AUTHOR

...view details