ଓଡିଶା

odisha

ETV Bharat / bharat

ଯୋଗ ଦିବସର ଶୁଭେଚ୍ଛା ସହ ଘରେ ଯୋଗ କରିବାକୁ ଦେଶବାସୀଙ୍କୁ ପିଏମଙ୍କ ଅପିଲ - yoga

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୋରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେନେଇ ଅନ୍ତର୍ଜାତୀୟ ଯୋଗ ଦିବସରେ ଘରେ ରହି ଡିଜିଟାଲ ଯୋଗ କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଯୋଗ ଦିବସର ଶୁଭେଚ୍ଛା ସହ ଘରେ ଯୋଗ କରିବାକୁ ଦେଶବାସୀଙ୍କୁ ପିଏମଙ୍କ ଅପିଲ
ଯୋଗ ଦିବସର ଶୁଭେଚ୍ଛା ସହ ଘରେ ଯୋଗ କରିବାକୁ ଦେଶବାସୀଙ୍କୁ ପିଏମଙ୍କ ଅପିଲ

By

Published : Jun 20, 2020, 11:54 AM IST

ନୂଆଦିଲ୍ଲୀ: ଷଷ୍ଠତମ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଘରେ ରହି ପରିବାର ସହ ଯୋଗ କରିବାକୁ ନିବେଦନ କରିଛନ୍ତି । କେବଳ ଏତିକି ନୁହେଁ, କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ପିଏମ ମୋଦି ଯୋଗ ସମୟରେ ମଧ୍ୟ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଶୁକ୍ରବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଗତ 5 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ ଯୋଗ ସହ ଜଡିତ ହୋଇଛି । ଏଥର ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ଆମକୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସର୍ଗ କରିବାକୁ ପଡିବ । ଆମେ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏନେଇ ପ୍ରେରଣା ଦେବା । ଯାହାଫଳରେ ଆମ ସମାଜ ଏବଂ ପରିବାର ସୁସ୍ଥ ରହିବ।

ମୋଦି ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ କୋରୋନା ଭାଇରସ ଟୀକା ଏପର୍ଯ୍ୟନ୍ତ ବିଶ୍ୱର କୌଣସି ସ୍ଥାନରେ ପ୍ରସ୍ତୁତ ହୋଇନାହିଁ | ତେଣୁ ବର୍ତ୍ତମାନ ଶକ୍ତିଶାଳୀ ରୋଗପ୍ରତିରୋଧକ ଶକ୍ତି ଆମ ପରିବାର ପାଇଁ ସୁରକ୍ଷା କବଚ ଅଟେ । ଏହି ସୁରକ୍ଷା କବଚ ତିଆରି କରିବାରେ ଯୋଗ ଆମର ବିଶ୍ବସନୀୟ ସାଥୀ ଅଟେ ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯୋଗ ଦିବସରେ ଅଭିନନ୍ଦନ ଓ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ''ନିକଟ ଅତୀତରେ ମୁଁ ଯୋଗ ସମ୍ବନ୍ଧୀୟ ଭିଡିଓ ପୋଷ୍ଟ କରୁଥିବା ଲୋକଙ୍କୁ ଦେଖିଛି । ଭିଡିଓରେ, ଲୋକମାନେ 21 ଜୁନରେ ଯୋଗ ଦିବସ କିପରି ପାଳନ କରିବେ ତାହା କହୁଛନ୍ତି । ଏ ବିଷୟରେ ଅନେକ ଲୋକ ମଧ୍ୟ କିଛି ଲେଖିଥିବା ଦେଖିଛି । ଏହି ବିଶ୍ୱସ୍ତରୀୟ ମହାମାରୀ ମଧ୍ୟରେ ଏହା ଏକ ସକରାତ୍ମକ ସଙ୍କେତ ଅଟେ । ଅସୁବିଧାରେ ହସିବା ସଙ୍କଟ ସମୟରେ ଏହି ପ୍ରକାର ଶିକ୍ଷା ଆମକୁ ଯୋଗ ଠାରୁ ହିଁ ମିଳିଥାଏ । ଆପଣମାନେ ବହୁତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ, ଶାନ୍ତ ରୁହନ୍ତୁ, ଖୁସିରେ ରୁହନ୍ତୁ ।

ତେବେ ଚଳିତବର୍ଷ କୋରୋନା କାରଣରୁ ଅନ୍ତର୍ଜାତୀୟ ଯୋଗ ଦିବସ ଏଥର ଏକ ଭିନ୍ନ ଉପାୟରେ ଆୟୋଜିତ ହେବ । ଭାରତ ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ଏହି ସମୟରେ ଯୋଗ ଦିବସରେ ବହୁ ସଂଖ୍ୟକ ଲୋକ ଏକାଠି ହେବେ ନାହିଁ । ବରଂ ଲୋକମାନେ ନିଜ ଘରେ ରହି ଯୋଗ କରିବା ପାଇଁ ଆବେଦନ କରିଛନ୍ତି । ଲୋକମାନେ 21 ଜୁନରେ ଡିଜିଟାଲ ଯୋଗ କରିବେ । ଏହି ବର୍ଷର ବିଷୟବସ୍ତୁ ହେଉଛି 'ଘରେ ଯୋଗ, ପରିବାର ସହିତ ଯୋଗ' ।

ଏହା ବ୍ୟତୀତ ସରକାର ଏକ ମୋବାଇଲ୍ ଆପ୍ ଲଞ୍ଚ କରିଛନ୍ତି। ଏହି ଆପର ନାମ ହେଉଛି 'my life my yoga' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ଏକ ପ୍ରତିଯୋଗିତା ଘୋଷଣା କରିଥିଲେ। ଯାହା ଅଧୀନରେ ଏହି ଆପ ଲଞ୍ଚ କରାଯାଇଥିଲା ।

ତେବେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଥିଲା। 27 ସେପ୍ଟେମ୍ବର 2014 ରେ, ମୋଦି ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗ କରିବା ବିଷୟରେ କହିଥିଲେ। ଏହା ପରେ ସାଧାରଣ ସଭା 11 ଡିସେମ୍ବର 2014 ରେ ଏହି ପ୍ରସ୍ତାବ ଗ୍ରହଣ କଲା ଏବଂ ସେହି ଦିନଠାରୁ ଆନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଛି ।

ABOUT THE AUTHOR

...view details