ଡେରାଡୁନ: ତୀର୍ଥନଗରୀ ଉତ୍ତରାଖଣ୍ଡରୁ ଅନ୍ତରାଷ୍ଟ୍ରୀୟ କୁସ୍ତି ଖେଳାଳୀ ଲାଭାଂଶୁ ଶର୍ମା ନିଜର ଚାରୀ ଜଣ ସାଙ୍ଗଙ୍କୁ ଧରି ଓ୍ବାଲର୍ଡ ଟୁରରେ ବାହାରିଛନ୍ତି । ଏହି ଟୁରରେ ସମସ୍ତେ ଭାରତ ସଂସ୍କୃତିର ପ୍ରଚାର ପ୍ରସାର କରିବେ । ଏହା ସହ 3 ମାସ ଭିତରେ 31ଟି ଦେଶ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।
ଶାନ୍ତି ବାର୍ତ୍ତା ନେଇ ବିଶ୍ବ ପରିଭ୍ରମଣରେ ଅନ୍ତରାଷ୍ଟ୍ରୀୟ କୁସ୍ତି ଖେଳାଳୀ - uttarakhand
ଦେଶରେ ଚାଲିଥିବା ଧାର୍ମିକ ଅଶାନ୍ତି ଓ ହିସାଂରେ ପରିବର୍ତ୍ତନ ଆଣିବାକୁ ଅନ୍ତରାଷ୍ଟ୍ରୀୟ କୁସ୍ତି ଖେଳାଳୀ ଲାଭାଂଶୁ ଶର୍ମାଙ୍କ ପ୍ରୟାସ । ବିଶ୍ବର ସଂସ୍କୃତିକୁ ଭାରତରେ ପ୍ରସାର ପ୍ରଚାର କରିବା ଉଦ୍ଦେଶ୍ୟରେ ବିଶ୍ବ ଭ୍ରମଣରେ ବାହାରିଛନ୍ତି ସେ ।

ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ଏହି ଭ୍ରମଣ ପାଇଁ ବାହାରି ଥିବା ଲାଭାଂଶୁଙ୍କ ସହ ରହିଛନ୍ତି ପୂର୍ବଭାରତୀୟ ସୈନିକ ପହଲବାନ ସୁରେଶ ଶର୍ମା, ବିଶାଳ ଶର୍ମ।ଙ୍କ ସହ ଆଉ 2 ଜଣ ସହଯୋଗୀ । ସେମାନେ ଗତ ଶନିବାର ଏହି ଭ୍ରମଣରେ ବାହାରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ ତାଙ୍କୁ ସବୁଜ ପତାକା ଦେଖାଇ ଅନୁମତି ଦେଇଛନ୍ତି । ଏହାସହ ପରମାର୍ଥ ନିକେତନ ସଂସ୍ଥାର ସଂସ୍ଥାପକ ଚିଦାନନ୍ଦ ମୁନି ଗାଡି ଉପରେ ହସ୍ତାକ୍ଷର କରି ଶୁଭକାମନା ଜଣାଇଛନ୍ତି ।
ଅନ୍ତରାଷ୍ଟ୍ରୀୟ କୁସ୍ତି ଖେଳାଳୀ ଲାଭାଂଶୁ ଶର୍ମାଙ୍କ କହିଛନ୍ତି ଯେ, ଶାନ୍ତିର ପ୍ରସାର ଓ ଲଗାତାର ଜାରି ରହୁଥିବା ଅଶାନ୍ତି ଓ ହିଂସାକୁ କମ କରିବାକୁ ବିଭିନ୍ନ ଦେଶକୁ ଯାଇ ଏହାର ସନ୍ଦେଶ ଦିଆଯିବ । ଏହାସାଙ୍ଗରେ ଭାରତ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ । ଏହାସହିତ ବିଦେଶର ସଂସ୍କୃତିକୁ ଭାରତରେ ମଧ୍ୟ ପ୍ରଚାର ପ୍ରସାର କରାଯିବ । ତେବେ 3 ମାସର ଯାତ୍ରାରେ ସେ ନେପାଳ, ଚୀନ ଓ ଇଂଲଣ୍ଡ ଆଦି ଦେଶ ଭ୍ରମଣ କରିବେ ବୋଲି କହିଛନ୍ତି ।