ଓଡିଶା

odisha

By

Published : Oct 11, 2020, 8:24 PM IST

ETV Bharat / bharat

ଭାରତର 8 ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା, ଖୁସିପ୍ରକାଶ କଲେ ପରିବେଶ ମନ୍ତ୍ରୀ

ଭାରତର 8ଟି ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ’ ମାନ୍ୟତା ମିଳିଥିବା ନେଇ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଶୁଭେଚ୍ଛା ଜଣାଇବା ସହ ଏହି ମୁହୂର୍ତ୍ତକୁ ଗର୍ବିତ ମୁହୂର୍ତ୍ତ ବୋଲି କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତକୁ 8ଟି ବ୍ଲୁ ଫ୍ଲାଗ ବିଚ ମାନ୍ୟତାକୁ ନେଇ ପରିବେଶମନ୍ତ୍ରୀଙ୍କ ଶୁଭେଚ୍ଛା
ଭାରତକୁ 8ଟି ବ୍ଲୁ ଫ୍ଲାଗ ବିଚ ମାନ୍ୟତାକୁ ନେଇ ପରିବେଶମନ୍ତ୍ରୀଙ୍କ ଶୁଭେଚ୍ଛା

ହାଇଦ୍ରାବାଦ: ଭାରତର 8 ଟି ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ’ ମାନ୍ୟତା ମିଳିଥିବା ନେଇ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଶୁଭେଚ୍ଛା ଜଣାଇବା ସହ ଏହି ମୁହୂର୍ତ୍ତକୁ ଗର୍ବିତ ମୁହୂର୍ତ୍ତ ବୋଲି କହିଛନ୍ତି । ଏକ ଅନ୍ତର୍ଜାତୀୟ ସଂସ୍ଥା ଦେଶର 8ଟି ସମୂଦ୍ର ବେଳାଭୁମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ପ୍ରଦାନ କରିଛି । ସମୂଦ୍ରରର ପରିଷ୍କାର, ପରିଚ୍ଛନ୍ନତା, ବନ୍ଧୁତ୍ବପୂର୍ଣ୍ଣ ଭିତ୍ତିଭୂମି, ନିକଟ ସମୂଦ୍ର ତଥା ସମୂଦ୍ର କୂଳରେ ସ୍ଥାୟୀ ବିକାଶ ଅଭ୍ୟାସ ପାଇଁ ଏହି 8 ଟି ବିଚ୍‌କୁ ସ୍ବୀକୃତି ମିଳିଥିବା କହିଛନ୍ତି ପରିବେଶ ମନ୍ତ୍ରୀ ।

ଭାରତକୁ 8ଟି ବ୍ଲୁ ଫ୍ଲାଗ ବିଚ ମାନ୍ୟତାକୁ ନେଇ ପରିବେଶମନ୍ତ୍ରୀଙ୍କ ଶୁଭେଚ୍ଛା

ତେବେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଥିବା ସି ବିଚ୍ ଗୁଡିକ ହେଉଛି- ଓଡିଶାର ଗୋଲ୍ଡେନ ବିଚ ପୁରୀ, ଗୁଜରାଟର ଶିବରାଜପୁର, ଡିୟୁର ଘୋଘଲା, କର୍ଣ୍ଣାଟକର କାସାର୍କୋଡ୍ ଏବଂ ପାଦୁବିଡ୍ରି, କେରଳର କପ୍ପଡ, ଆନ୍ଧ୍ରପ୍ରଦେଶର ଋଷିକୋଣ୍ଡା ଏବଂ ଆଣ୍ଡାମାନର ରାଧାନଗର । ଏହି ସମସ୍ତ ବିଚ୍ ବ୍ଲୁ ଫ୍ଲାଗ୍ ଟ୍ୟାଗ ପାଇଛନ୍ତି ।

ସୂଚନା ଥାଉକି, ଡେନମାର୍କର ଫେଡେରସନ ଅଫ୍ ଏନଭରମେଣ୍ଟ ଏଜୁକେସନ ନାମକ ସଂସ୍ଥା ବିଶ୍ବରେ ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଭାରତର ବିଭିନ୍ନ ରାଜ୍ୟର ସମୁଦ୍ର ଉପକୂଳରେ 8ଟି ବ୍ଲୁ ଫ୍ଲାଗ ବିଚ ପ୍ରୋଜେକ୍ଟ ଏହି ମାନ୍ୟତା ହାସଲ କରିଛି । ଏହି ମାନ୍ୟତା ଦ୍ବାରା ଉକ୍ତ ବିଚ୍‌ ମର୍ଯ୍ୟାଦା ସାରା ବିଶ୍ବରେ ସ୍ବତନ୍ତ୍ର ହୋଇଥାଏ ।

@ANI

ABOUT THE AUTHOR

...view details