ଓଡିଶା

odisha

ETV Bharat / bharat

ଅଯୋଧ୍ୟା ବିକାଶ ରାସ୍ତାରେ ଯୋଗୀ, ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା - ଅଯୋଧ୍ୟା

ଗୋଟେପଟେ ରାମ ନଗରୀରେ ବିଶାଳ ମନ୍ଦିର ନିର୍ମାଣ ଜୋରସୋରରେ ଚାଲିଛି। ଅନ୍ୟପକ୍ଷେ ଏହି ପୌରାଣିକ ସହରର ବିକାଶକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀର ।

ଅଯୋଧ୍ୟା ବିକାଶ ରାସ୍ତାରେ ଯୋଗୀ,
ଅଯୋଧ୍ୟା ବିକାଶ ରାସ୍ତାରେ ଯୋଗୀ,

By

Published : Sep 9, 2020, 2:28 PM IST

ଲକ୍ଷ୍ନୌ: ଗୋଟେପଟେ ରାମ ନଗରୀରେ ବିଶାଳ ମନ୍ଦିର ନିର୍ମାଣ ଜୋରସୋରରେ ଚାଲିଛି । ଅନ୍ୟପକ୍ଷେ ଏହି ପୌରାଣିକ ସହରର ବିକାଶକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀର । ଅଯୋଧ୍ୟାରେ ବିମାନ ଚଳାଚଳ ସେବାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ରାଜ୍ୟର ଯୋଗୀ ସରକାର ଅଯୋଧ୍ୟା ବିମାନବନ୍ଦର ନିର୍ମାଣ ଯୋଜନା କରିଛନ୍ତି । ବର୍ତ୍ତମାନ ଏହି ବିମାନବନ୍ଦରକୁ ଏକ ଅନ୍ତର୍ଜାତୀୟ ସ୍ତରର ବିମାନବନ୍ଦର କରାଯିବ । A 321 ବିମାନ ସହିତ ବୋଇଙ୍ଗ 777 ପରି ବିଶାଳ ବିମାନ ମଧ୍ୟ ଏହି ବିମାନବନ୍ଦରର ରନୱେରେ ଅବତରଣ କରିପାରିବ । ଏହାସହ ଅଯୋଧ୍ୟାକୁ ଅନ୍ତର୍ଜାତୀୟ ସ୍ତରରେ ଏକ ପର୍ଯ୍ୟଟନ କେନ୍ଦ୍ର ଭାବରେ ସଂଯୋଗ କରାଯାଇପାରିବ । କେବଳ ଏତିକି ନୁହେଁ, ଅଯୋଧ୍ୟା ବିମାନବନ୍ଦରକୁ ଶ୍ରୀ ରାମ ବିମାନବନ୍ଦରର ନାମ ମଧ୍ୟ ଦିଆଯିବ ।

ପ୍ରକାଶଥାଉକି, ଏପ୍ରିଲ୍ 2017ରେ ଅଯୋଧ୍ୟା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିଲା। ଏଥିରେ ଟେକ୍ନୋ ଇକୋନୋମିକ୍ ସର୍ଭେ ରିପୋର୍ଟରେ ପ୍ରଥମ ପର୍ଯ୍ୟାୟରେ ATR 72 ବିମାନ ପାଇଁ ବିମାନ ବନ୍ଦର ବିକଶିତ କରାଯାଉଥିଲା । ପରେ A 321 - 200 ସିଟ୍ କ୍ଷମତା ବିଶିଷ୍ଟ ବିମାନ ପାଇଁ ବିମାନବନ୍ଦରକୁ ସମ୍ପ୍ରସାରଣ କରାଯାଉଥିଲା । ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦରର ଦୈର୍ଘ୍ୟ 1600 ମିଟରରେ ସ୍ଥିର ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିମାନ ବନ୍ଦରର ଦୈର୍ଘ୍ୟ 2300 ମିଟର ହେବ। ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବିମାନ ବନ୍ଦରକୁ ବୋଇଙ୍ଗ 777 ବିମାନ ପାଇଁ ପ୍ରସ୍ତୁତ କରିବେ ଓ ଏହି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିବାର ଯୋଜନା ରହିଛି ।

ଗତ ବର୍ଷ ମେ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ସର୍ଭେ କରିବା ପରେ ପରିବର୍ତ୍ତିତ ରିପୋର୍ଟ ଦାଖଲ କରାଯାଇଥିଲା । ଏହି ପ୍ରଥମ ପର୍ଯ୍ୟାୟରେ 321 ବିମାନର କାର୍ଯ୍ୟ ପାଇଁ 463.10 ଏକର ଜମି ଆବଶ୍ୟକ ଥିଲା । ଏଥିରେ ରନୱେର ଲମ୍ବ 3125 ମିଟର ଓ ମୋଟେଇ 45 ମିଟର ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବୋଇଙ୍ଗ 777 ପରି ବୃହତ ବିମାନ ଚଳାଇବା ପାଇଁ 122.87 ଏକର ଜମି ଆବଶ୍ୟକ ଥିଲା । ଏଥି ସହିତ କର୍ମଚାରୀଙ୍କ ରହିବା ପାଇଁ 15 ଏକର ଜମି ମଧ୍ୟ ଆବଶ୍ୟକ ।

ଶ୍ରୀରାମ ବିମାନବନ୍ଦର ନିର୍ମାଣର ସମ୍ପୂର୍ଣ୍ଣ ଯୋଜନା ହୋଇସାରିଥିବାବେଳେ ଆଖପାଖରେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ବିମାନବନ୍ଦର ନିକଟରେ ଥିବା ଧରାମପୁର ଗାଁର ଲୋକେ ନିଜ ମୁହଁ ଖୋଲିଛନ୍ତି ଏବଂ ଅଯୋଧ୍ୟାରେ ଶ୍ରୀ ରାମ ବିମାନ ବନ୍ଦର ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମିରେ ବିଭିନ୍ନ ପରିମାଣର କ୍ଷତିପୂରଣ ବାବଦରେ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଗତ ସପ୍ତାହରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ରାସ୍ତାରେ ଏକ ବଡ ବିରୋଧ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details