କୁଲ୍ଲୁ: ଶେଷ ହୋଇଛି ଦଶହରା । ଦେଶର କୋଣଅନୁକୋଣରେ ବିଭିନ୍ନ ପରମ୍ପରା ଅନୁଯାୟୀ ଏହି ଶାରଦୀୟ ଦୁର୍ଗାପୁଜା ଏବଂ ରାବଣପୋଡ଼ି ଉତ୍ସବ ସମାପନ ହୋଇଛି । ଏହିକ୍ରମରେ ହିମାଚଳ ପ୍ରଦେଶର ଅନ୍ତର୍ଜାତୀୟ ଦଶହରା ପୂଜା ମଧ୍ୟ ବେଶ ଧୂମଧାମରେ ପାଳିତ ହୋଇଛି । ଚଳିତ ବର୍ଷରେ ଦଶହରାରେ ପରମ୍ପରା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶହରାରେ ଭଗବାନ ରଘୁନାଥଙ୍କ ବେଶ ଅକର୍ଷଣୀୟ ହୋଇଥିଲା । ରଘୁନାଥଙ୍କ ସହିତ ଏହି ରଥଯାତ୍ରାରେ 80 ପ୍ରକାର ଦେବାଦେବୀଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କୁ ମଧ୍ୟ ରଥରେ ବସାଇ ନିଆଯାଇଥିଲା ।
ରଘୁନାଥଙ୍କ ରଥଯାତ୍ରାରୁ ଆରମ୍ଭ ହୋଇଥାଏ ଏହି ଦଶହରା ପର୍ବ । ମଙ୍ଗଳବାର ପାହାଡ଼ି ଠାକୁରାଣୀ ମାଆ ଭୋଖଲୀଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଥିଲା ଏହି ପର୍ବ । ଏହି ଆଜ୍ଞାମାଳ ଆସିବା ପରେ ରଘୁନାଥଙ୍କ ରଥକୁ ଭକ୍ତ ଟାଣିଥିଲେ । ଜୟ ଶ୍ରୀ ରାମ ନାରାରେ ରଘୁନାଥଙ୍କ ରଥକୁ ଢାଲପୁର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ଏହି ରଥଯାତ୍ରାରେ ବିଜଲୀ ମହାଦେବଙ୍କ ସହିତ 80 ଦେବାଦେବୀଙ୍କୁ ସାମିଲ କରାଯାଇଥିଲା । ରଥଯାତ୍ରା ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭକ୍ତ ଢାଲପୁରରେ ନିର୍ମିତ ଅସ୍ଥାୟୀ ଶିବିର ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ 80 ଜଣ ଦେବାଦେବୀଙ୍କୁ ନେଇ ସେଠାରେ ରଖାଯାଇଥିବା ଜଣାପଡ଼ିଛି ।
ଏହା ସହିତ ଦୁର୍ଗାପୂଜା ସମୟରେ 300 ଦେବାଦେବୀ ଏଠାକୁ ଶୋଭାଯାତ୍ରାରେ ଆସିବାର ପରମ୍ପରା ରହିଛି । 7 ଦିନ ଧରି ଏଠାରେ ପର୍ବ ଚାଲିବ । ଏହି ସମୟ ମଧ୍ୟରେ ଏ ସମସ୍ତ ଦେବାଦେବୀ ଢୋଲପୁରରେ ନିର୍ମିତ ଅସ୍ଥାୟୀ ଶିବିରରେ ରହିବେ ବୋଲି ଜଣାପଡ଼ିଛି । ଦେବାଦେବୀଙ୍କ ଏହି ମେଳଣକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳିଛି । ଏପରିକି ବାହାର ରାଜ୍ୟରୁ ମଧ୍ୟ ଏଠାକୁ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି।
ସେପଟେ ପରମ୍ପରା ଅନୁଯାୟୀ ରଘୁନାଥଙ୍କ ଦରବାରରେ ସମସ୍ତ ଦେବାଦେବୀ ପହଞ୍ଚିବା ପରେ ସେଠାରୁ ରାଜମହଲ ଯାଇଥିଲେ । ସେଠାରୁ ଦେବାଦେବୀଙ୍କୁ ନିଜ ନିଜ ଅସ୍ଥାୟୀ ଶିବିରରେ ପ୍ରବେଶ କରାଯାଇଥିଲା । 7 ଦିନ ରହଣୀ ପରେ ଦେବାଦେବୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।