ହାଇଦ୍ରାବାଦ: 14 ଡିସେମ୍ବର 1990 ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଅକ୍ଟୋବର 1 କୁ ଅନ୍ତର୍ଜାତୀୟ ବୃଦ୍ଧ ଦିବସ ଭାବରେ ମନୋନୀତ କରାଗଲା । ଭିଏନା ଇଣ୍ଟରନ୍ୟାସନାଲ ପ୍ଲାନ ଅଫ୍ ଆକ୍ସନ ଅଫ୍ ଏଜିଂ ଦ୍ବାରା ଏଭଳି ପଦକ୍ଷେପ ଗ୍ରହଣ କରାଗଲା । ଏହାକୁ 1982ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ବାରା ଅନୁମୋଦିତ ହୋଇଥିଲା।
2020ରେ ବୃଦ୍ଧ ବ୍ୟକ୍ତିଙ୍କ ଆନ୍ତର୍ଜାତୀୟ ଦିବସର 30 ତମ ବାର୍ଷିକୀ ପାଳନ କରାଯାଉଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ଙ୍କ ଅନୁଯାୟୀ କୋଭିଡ-19 ମହାମାରୀ ସମଗ୍ର ବିଶ୍ବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଭୟ ଓ ଯନ୍ତ୍ରଣା ସୃଷ୍ଟି କରୁଛି। ଏହାର ତୁରନ୍ତ ସ୍ବାସ୍ଥ୍ୟ ପ୍ରଭାବ ବୟସ୍କ ଲୋକଙ୍କୁ ଦାରିଦ୍ର, ଭେଦଭାବ ଏବଂ ବିଚ୍ଛିନ୍ନତାର ଅଧିକ ବିପଦରେ ପକାଉଛି। ବିକାଶଶୀଳ ଦେଶମାନଙ୍କରେ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ଘାତକ ପ୍ରଭାବ ପଡିବାର ସମ୍ଭାବନା ରହିଛି।
2020 ଦିବସ ପାଳନ ସୁସ୍ଥ ବାର୍ଦ୍ଧକ୍ୟ (2020-2030) କୁ ପ୍ରୋତ୍ସାହିତ କରିବ । ଜାତିସଂଘର ବିଶେଷଜ୍ଞ, ନାଗରିକ ସମାଜ, ସରକାର ଏବଂ ସ୍ବାସ୍ଥ୍ୟ ବୃତ୍ତିଗତମାନଙ୍କୁ ଏକତ୍ର କରିବାରେ ସାହାଯ୍ୟ କରିବ । ଗ୍ଲୋବାଲ୍ ଷ୍ଟ୍ରାଟେଜୀ ସ୍ବାସ୍ଥ୍ୟ ଉପରେ ଆକ୍ସନ ପ୍ଲାନର 5ଟି ରଣନୀତିକ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବ।
ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଆବଶ୍ୟକତା ଏବଂ ସେମାନେ ରହୁଥିବା ସମାଜର କାର୍ଯ୍ୟକଳାପ ବିଷୟରେ ସେମାନଙ୍କର ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଚଳିତ ବର୍ଷର ମୁଖ୍ୟ ଉଦ୍ଦେଶ୍ୟ । ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ପାର୍ଥକ୍ୟ ହ୍ରାସ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ବୟସ୍କ ବ୍ୟକ୍ତିଙ୍କ ଉପରେ କୋଭିଡ-19 ର ପ୍ରଭାବ ଏବଂ ସ୍ବାସ୍ଥ୍ୟ ସେବା ନୀତି, ଯୋଜନା ଏବଂ ମନୋଭାବ ଉପରେ ଏହାର ପ୍ରଭାବ ବିଷୟରେ ବୁଝିବା ମୁଖ୍ୟ ଉଦ୍ଦେଶ୍ୟ ।
ଦିବସର ଉଦ୍ଦେଶ୍ୟ:-