ଓଡିଶା

odisha

ETV Bharat / bharat

ଭାରତରେ ଦାରିଦ୍ର୍ୟ ଦୂର କରିବାରେ ଖାଦ୍ୟ ପ୍ରଣାଳୀର ଆବଶ୍ୟକତା - Eradication Of Poverty

ଦଶନ୍ଧି ଧରି ଦାରିଦ୍ର୍ୟ ସହିତ ଭାରତ ଯୁଦ୍ଧ କରିଚାଲିଛି । ବିଶ୍ବର ଏକ ତୃତୀୟାଂଶ ଗରିବ ଭାରତରେ ବାସ କରନ୍ତି । ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ।

ଖାଦ୍ୟ ପ୍ରଣାଳୀ
ଖାଦ୍ୟ ପ୍ରଣାଳୀ

By

Published : Oct 18, 2020, 7:36 PM IST

ହାଇଦ୍ରାବାଦ: ଦଶନ୍ଧି ଧରି ଦାରିଦ୍ର୍ୟ ସହିତ ଭାରତ ଯୁଦ୍ଧ କରିଚାଲିଛି । ବିଶ୍ବର ଏକ ତୃତୀୟାଂଶ ଗରିବ ଭାରତରେ ବାସ କରନ୍ତି । ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ । ଦାରିଦ୍ର୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନେକ ସକରାତ୍ମକ ବିକାଶ କରିଛନ୍ତି । ଆଫ୍ରିକାର ନାଇଜେରିଆ ଦେଶ ବର୍ତ୍ତମାନ ବିଶ୍ବର ସର୍ବାଧିକ ସଂଖ୍ୟକ ଗରିବ ଲୋକଙ୍କ ଘର । 87 ମିଲିୟନ ଲୋକ ଅତ୍ୟଧିକ ଦାରିଦ୍ରରେ ଜୀବନ ବିତାଉଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ।

2018 ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ଗତ ଦଶନ୍ଧି ମଧ୍ୟରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା 271 ନିୟୁତ ହ୍ରାସ ପାଇଛି। ଏହା ଭାରତରେ ବହୁମୁଖୀ ଗରିବଙ୍କ ସଂଖ୍ୟାକୁ ଅଧା କରିଦେଇଛି । ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ହେଉଛି ଜଣେ ବ୍ୟକ୍ତିର ସାମଗ୍ରିକ ଅର୍ଥନୈତିକ ସ୍ଥିତି ମାପିବା ପାଇଁ ଏକ ଉପକରଣ । ଜାତୀୟ ସହସ୍ର ବିକାଶ ଲକ୍ଷ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ ଆର୍ଥିକ ଉନ୍ନତି ସହିତ ଭାରତ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛି।

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଜିଡିପି ଯଥେଷ୍ଟ ବୃଦ୍ଧି ପାଇଛି। ଇ-ବାଣିଜ୍ୟର ବୃଦ୍ଧି ହେତୁ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ବ୍ୟବସାୟ ଗୁଡିକ ବହୁ ଆବଶ୍ୟକୀୟ ପ୍ଲାଟଫର୍ମ ଯୋଗାଇଛି । ଦେଶର ଜିଡିପିରେ ମହିଳାଙ୍କ ଅବଦାନ ହେଉଛି 17 ପ୍ରତିଶତ । ଯାହା ବିଶ୍ବର ହାରାହାରି ଅଧାରୁ କମ୍ ଅଟେ।

ଖାଦ୍ୟ ପ୍ରଣାଳୀ ଉଭୟ ମାନବ-ପୃଥିବୀ ପାଇଁ ଉପଯୋଗୀ-

  • ସ୍ଥାୟୀ ଏବଂ ବିବିଧ ଉତ୍ପାଦକ ହେବାରେ କୃଷକମାନେ ସହାୟତା କରିବେ ।
  • ସ୍ଥାନୀୟ ଏବଂ ଆଞ୍ଚଳିକ ଖାଦ୍ୟ ବଜାରକୁ ମଜବୁତ କରାଯିବା ଉଚିତ୍ ।
  • କୀଟନାଶକ ଏବଂ ରୋଗର ବିସ୍ତାରକୁ ରୋକିବା ପାଇଁ ସରକାର ସୁସ୍ଥ ଜୈବ ନିରାପତ୍ତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।
  • ସମସ୍ତ ଦେଶ ନିଶ୍ଚିତ ଭାବରେ ବୃତ୍ତିଗତ ଖାଦ୍ୟ ଅର୍ଥନୀତିକୁ ପ୍ରୋତ୍ସାହିତ, ବିକାଶ ଏବଂ କାର୍ଯ୍ୟକାରୀ କରିବା ଆବଶ୍ୟକ ।

ଖାଦ୍ୟ ପ୍ରଣାଳୀ କିପରି ପରିଚାଳିତ ହୁଏ-

  • ମିଳିତ ଜାତିସଂଘର ବ୍ୟବସାୟ ତଥା ମାନବିକ ଅଧିକାରକୁ ସମ୍ମାନ ଦେବା ତଥା ପରିବେଶକୁ ସୁରକ୍ଷା ଦେବା ପାଇଁ ସରକାର ଖାଦ୍ୟ ବ୍ୟବସ୍ଥାକୁ ଆଇନଗତ କରିବା ଆବଶ୍ୟକ।
  • ଜାତୀୟ ଖାଦ୍ୟ ନିରାପତ୍ତା ପରିପ୍ରେକ୍ଷୀରେ ଜମି, ମତ୍ସ୍ୟଜୀବୀ ଏବଂ ଜଙ୍ଗଲର ଦାୟିତ୍ବପୂର୍ଣ୍ଣ ଶାସନ ସମ୍ବନ୍ଧୀୟ ସ୍ବେଚ୍ଛାସେବୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାର ଏବଂ ନିବେଶକମାନେ ଏକୀକୃତ ଜମି ବ୍ୟବହାର ଯୋଜନା ଗ୍ରହଣ କରିବା ଉଚିତ ଏବଂ ଜମି ଅଧିକାରର ନିରାପତ୍ତା ନିଶ୍ଚିତ କରିବାକୁ ଭଲ ।

ସ୍ଥିରତା ପାଇଁ ସାମାଜିକ ବିନିଯୋଗ ବିସ୍ତାର କରନ୍ତୁ-

ସର୍ବଭାରତୀୟ ସ୍ବାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ସମେତ ସରକାର ସାମାଜିକ ସୁରକ୍ଷା ପ୍ରଣାଳୀ ଗଠନ କରିବା ଆବଶ୍ୟକ ଏବଂ ବିଶେଷକରି ଗ୍ରାମାଞ୍ଚଳର ଯୁବକ ଏବଂ ସହରାଞ୍ଚଳର ଗରିବଙ୍କ ପାଇଁ ଚାକିରି ତାଲିମ ପ୍ରଦାନ କରିବା ଆବଶ୍ୟକ । ଜଳ, ପରିମଳ ଏବଂ ସ୍ବଚ୍ଛତା (WASH) ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ସରକାର ସାମଗ୍ରିକ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ଉଚିତ । ଯାହା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।

ସରକାର, ଦାତା, ବେସରକାରୀ ସଂସ୍ଥା ଏବଂ ଏନଜିଓ, ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଙ୍କଟ ଉପରେ ସେମାନଙ୍କ ପ୍ରତିକ୍ରିୟାକୁ ଯତ୍ନର ସହ ପ୍ରସ୍ତୁତ କରିବା ଏବଂ ସମନ୍ବୟ କରିବା ଉଚିତ । ସରକାର ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣକୁ ଅତ୍ୟାବଶ୍ୟକ ସେବା ଭାବରେ ଗ୍ରହଣ କରିବା ଉଚିତ । ବାଣିଜ୍ୟ ଅସମାନତା, ଯେପରିକି ଉଚ୍ଚ ଆୟକାରୀ ଦେଶଗୁଡିକର ଅଣ-ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ ହେବା ଆବଶ୍ୟକ । ସରକାରୀ ବାଣିଜ୍ୟ ନୀତି ବିକାଶ ଲକ୍ଷ୍ୟ ସହିତ ସମାନ ହେବା ଉଚିତ ଏବଂ ନିରନ୍ତର ଖାଦ୍ୟ ଅର୍ଥନୀତି ପାଇଁ ବଜାର ପ୍ରୋତ୍ସାହନ ସୃଷ୍ଟି କରିବା ଉଚିତ୍ ।

ମିଳିତ ଜାତିସଂଘର ଖାଦ୍ୟ ପ୍ରଣାଳୀ ସମ୍ମିଳନୀ ସମେତ ସରକାର ଆଗାମୀ ସୁଯୋଗଗୁଡିକ ବ୍ୟବହାର କରିବା ଉଚିତ ଏବଂ ସମାନ ତଥା ନିରନ୍ତର ବିକାଶ ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୃଢ କରିବାକୁ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details