ନୂଆଦିଲ୍ଲୀ: ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜାରି ରହିଛି ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା । ତେବେ ଏହାରି ଭିତରେ ଆରମ୍ଭ ହେବ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲା । ଇଣ୍ଟନରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ (ଆଇସିଜେ) ମାମଲାର ଶୁଣାଣି ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।
ପାକିସ୍ତାନ ସାମରିକ କୋର୍ଟ କୁଳଭୂଷଣଙ୍କୁ 2017ରେ ଫାଶୀ ଦଣ୍ଡାଦେଶ ଦେଇଛି । ବେଲୁଚିସ୍ତାନରେ ପ୍ରବେଶ କରି ପାକିସ୍ତାନ ପାଇଁ କୁଳଭୂଷଣ ସନ୍ଦିଗ୍ଧ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ପାକିସ୍ତାନ କୋର୍ଟର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଭାରତ । ଏହାପରେ ଆଇସିଜେର 10 ଜଣିଆ ବିଚାରପତି ଖଣ୍ଡପୀଠ 2017 ମେ 18ରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ।