ଓଡିଶା

odisha

ଦିଲ୍ଲୀ ଓ ମୁମ୍ବାଇରେ ଆତଙ୍କୀ ହମଲା, ହାଇଆଲର୍ଟ ଜାରି

By

Published : Aug 8, 2019, 12:43 PM IST

ସୁରକ୍ଷା ଏଜେନ୍ସି ପକ୍ଷରୁ ଏହି ହାଇ ଆଲର୍ଟ ଜାରି କରାଯାଇଛି । ଆର୍ଟିକିଲ 370 ଉଚ୍ଛେଦ ନିଷ୍ପତ୍ତି ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରମୁଖ ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆତଙ୍କୀ ହମଲା ଆଶଙ୍କାରେ ଦିଲ୍ଲୀ ଓ ମୁମ୍ବାଇରେ ହାଇ ଆଲର୍ଟ । ସୁରକ୍ଷା ଏଜେନ୍ସି ପକ୍ଷରୁ ଏହି ହାଇ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ 15, ସ୍ବାଧୀନତା ଦିବସକୁ ଆଖି ଆଗରେ ରଖି ଦେଶର ସବୁ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଜମ୍ମୁ-କାଶ୍ମୀରେ ଆର୍ଟିକିଲ 370 ଉଚ୍ଛେଦ ନିଷ୍ପତ୍ତି ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରମୁଖ ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ମସୁଦ ଅଜହରର ଭାଇ ଇବ୍ରାହିମ ଅଜହର ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଆତଙ୍କୀ ସଙ୍ଗଠନ ଜୈସର ଆତଙ୍କବାଦୀ ଇବ୍ରାହିମ ଅସଗର ଦ୍ବାରା ଆକ୍ରମଣର ଯୋଜନା କରୁଥିବା ଆସଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ABOUT THE AUTHOR

...view details