ଓଡିଶା

odisha

ETV Bharat / bharat

ନିୟମ ଉଲ୍ଲଂଘନକାରୀଙ୍କୁ ନାହିଁ ନିସ୍ତାର - insurance premium

ନୂଆ ମୋଟରଯାନ ଅଧିନିୟମ ଆଇନରେ ସଂଶୋଧନ ଆସିବା ପରେ ଲୋକଙ୍କୁ ଟ୍ରାଫିକ ନିୟମର ଉଲ୍ଲଂଘନରେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଛି ।

ପ୍ରତିକାତ୍ମକ ଫଟୋ

By

Published : Sep 8, 2019, 3:15 PM IST

ହାଇଦ୍ରାବାଦ: ନୂଆ ମୋଟରଯାନ ନିୟମ ଆସିବା ପରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଯାହାର ପ୍ରଭାବରେ ଏବେ ଅନେକ ଯାନବାହାନରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ତେବେ କୌଣସି ବ୍ୟକ୍ତି ଯଦି, ଟ୍ରାଫିକ ନିୟମର ଉଲ୍ଲଂଘନ କରି ଚାଲାଣ କଟାଯାଏ ଓ ବ୍ୟକ୍ତିଜଣକ ଯଦି ଚାଲାଣର ରକମ ନଭରନ୍ତି । ତେବେ ସେ ଏଥିରୁ ନିସ୍ତାର ପାଇପାରିବେ ନାହିଁ ।

କାରଣ ସେହି ଚାଲାଣ ରାଶିକୁ ବୀମା ପ୍ରିମିୟର ସହ ସଂଯୋଗ କରାଯିବ । ଆଉ ପରବର୍ତ୍ତୀ ମୂହର୍ତ୍ତରେ ଯେତେବେଳେ ବ୍ୟକ୍ତି ଜଣକ, ବୀମା କରିବାକୁ ଯିବେ । ସେହି ସମୟରେ ସେହି ଚାଲାଣ ରାଶିକୁ ବୀମା ସହ ଆଦାୟ କରାଯିବ । ଅର୍ଥାତ ବ୍ୟକ୍ତିଙ୍କୁ ବୀମା ରାଶି ସହ ପୁରୁଣା ଚାଲାଣ କଟାଯାଇଥିବା ଜୋରିମାନା ଅର୍ଥ ବି ଭରିବାକୁ ପଡିବ ।

ଏକ ରିପୋର୍ଟ ମୁତାବକ, ଭାରତୀୟ ବୀମା ନିୟାମକ ପ୍ରାଧିକରଣ(ଆଇଆରଡିଏ) ପକ୍ଷରୁ ଏହାକୁ ପାଇଲଟ ପ୍ରୋଜେକ୍ଟ ଆକାରରେ ଦିଲ୍ଲୀରେ ପ୍ରଥମେ ଏହି ନିୟମକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଗୁ କରାଯିବ । ଯଦି ଏହି ପ୍ରୋଜେକ୍ଟ ସଫଳ ରହେ, ତେବେ ସାରା ଦେଶରେ ଏହି ନିୟମ ଲାଗୁ କରାଯିବ ।

ତେବେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ ପଠାଯାଉଛି। କୁହାଯାଉଛି ଯେ, ଚାଲାଣ କଟା ଯାଉଥିବା ରାଶିକୁ ବୀମା ରାଶି ସହ ଯୋଡିବା ଦ୍ବାରା ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ । ଏବାବଦରେ ଆଲୋଚନା ନେଇ ଦିଲ୍ଲୀ ଟ୍ରାଫିକ ପୋଲିସ, ଆଇଆରଡିଏ, ଇନସୁରାନ୍ସ ଇନଫରମେସନ ବ୍ୟୁରୋ ଅଫ ଇଣ୍ଡିଆ ଏବଂ ପ୍ରମୂଖ ଜେନେରାଲ ଇନସୋରାନ୍ସ କମ୍ପାନୀର ପ୍ରତିନିଧିମାନେ ଆଲୋଚନାରେ ସାମିଲ ହୋଇଥିଲେ ।

ନୂଆ ମୋଟରଯାନ ଅଧିନିୟମ ଆଇନରେ ସଂଶୋଧନ ଆସିବା ପରେ ଲୋକଙ୍କୁ ଟ୍ରାଫିକ ନିୟମର ଉଲ୍ଲଂଘନରେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଛି । ଏମିତିରେ ଲୋକେ ଯଦି ଟ୍ରାଫିକ ନିୟମର ଉଲ୍ଲଂଘନ କରିବେ, ତେବେ ସେମାନଙ୍କଠାରୁ ଅଧିକ ବୀମା ପ୍ରିମିୟମ ଦେବାକୁ ପଡିବ । ଅନ୍ୟପଟେ ନିୟମ କଡାକଡି ହେବା ଦେଖି ଲୋକେ PUC (Polution Under Control) ସାର୍ଟିଫିକେଟ କାଢିବାକୁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳୁଛି।

ABOUT THE AUTHOR

...view details