ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଦିନ ୧୧ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଦେଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ 3ଟି ସ୍ଥାନରେ ବସିଥିବା ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ତେବେ କୋରୋନା ଯୋଗୁଁ ଚଳିତ ବର୍ଷ ତିନୋଟି ସ୍ଥାନରେ ବସିଛନ୍ତି ସଦସ୍ୟ । ତେବେ ଏହି ବଜେଟ ଅଭିଭାଷଣ ସମୟରେ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି - Insult of tricolour
ବଜେଟ ଅଭିଭାଷଣ ସମୟରେ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଯେପରି ଅପମାନ ହେଲା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...
ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି କୋବିନ୍ଦ
"ଗଣତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିନରେ ତ୍ରିରଙ୍ଗାର ଅପମାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ସ୍ବାଧୀନତା ଦେଇଛି। ଏହାସହ ଆମକୁ ଶିକ୍ଷା ଦିଏ ଯେ ଆଇନକୁ ଗମ୍ଭୀରତାର ସହିତ ପାଳନ କରିବାକୁ" ରାଷ୍ଟ୍ରପତି କହିଛନ୍ତି।
ସେହିପରି କୃଷି ଆଇନ ନେଇ ଥିବା ଭ୍ରମକୁ ଦୂର କରିବାକୁ ସରକାର ଚେଷ୍ଟା ଚଳାଇଥିବା ବେଳେ ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।