ଅମରାବତୀ: ସାଧାରଣତଃ ଲୋକମାନେ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ବାହାଘରରେ ଯେପରି କୌଣସି ଅଭାବ ନହେଉ ସେନେଇ ଲୋକମାନେ ବିନା ଭାବି ଚିନ୍ତି ପଇସା ଖର୍ଚ୍ଚ କରିଥାନ୍ତି । ସାଧାରଣତଃ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକେ ଅତି କମ୍ ରେ ସେମାନଙ୍କ ବିବାହରେ 4-5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଆଉ ଧନୀ ପରିବାର ଲୋକଙ୍କ ବାହାଘର ଖର୍ଚ୍ଚର ତ ହିସାବ ନାହିଁ ।
ତେବେ କିଛି ଧନୀ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବାହାଘରରେ କମ୍ ଖର୍ଚ୍ଚ କରିବାକୁ ବୁଦ୍ଧିମତା ମାନିଥାଆନ୍ତି । ତେବେ ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ଆଇଏଏସ୍ ଅଧିକାରୀ ପଟନାଲା ବସନ୍ତ କୁମାର । 2012ରେ ବସନ୍ତ କୁମାର ଆଇଏଏସ୍ କୈଡର ଥିଲେ । ଏହା ପୂର୍ବରୁ ସେ ତେଲେଙ୍ଗାନା ରାଜ୍ୟପାଳ ନରସିଂହମଙ୍କ ସଂଯୁକ୍ତ ସଚିବ ଥିଲେ ।