ନୂଆଦିଲ୍ଲୀ: କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀର ସ୍ପେଶାଲ ସେଲର ଅଧିକାରୀ ସଞ୍ଜୀବ ଯାଦବ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ଜାନକିପୁରରେ ଥିବା ପଶ୍ଚିମ ରେଞ୍ଜର ସ୍ପେଶାଲ ସେଲରେ କାର୍ଯ୍ୟ କରୁଥିଲେ । ଦୁଇ ସପ୍ତାହ ପୂର୍ବରୁ ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେଇଥିଲା । ପରେ ସେ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଦୁଇଥର ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଥିଲା । ଚିକିତ୍ସାଧନ ଅବସ୍ଥାରେ ମୃତ୍ୟୁ ଘଟିଛି ।
କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀ ସ୍ପେଶାଲ ସେଲର ଅଧିକାରୀ - କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀର ସ୍ପେଶାଲ ସେଲର ଅଧିକାରୀ
କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀର ସ୍ପେଶାଲ ସେଲର ଅଧିକାରୀ । ଦୀର୍ଘଦିନ ଧରି କୋରୋନାରେ ଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ...
କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀର ସ୍ପେଶାଲ ସେଲର ଅଧିକାରୀ
1996 ମସିହାରେ ସଞ୍ଜୀବ ଦିଲ୍ଲୀ ପୋଲିସରେ ଏଏସଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀ କ୍ରାଇମବ୍ରାଞ୍ଚରେ ସ୍ପେଶାଲ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ଜାନୁଆରୀ 26ରେ ମଧ୍ୟ ସେ ମଧ୍ୟ ପୁରସ୍କୃତ ହୋଇଥିଲେ । ସେ ସ୍ପେଶାଲ ଓ କ୍ରାଇମବ୍ରାଞ୍ଚ ବିଭାଗରେ ବହୁ ଗୁରୁତ୍ବପୁର୍ଣ୍ଣ ଅପରେସନ କରିଥିଲେ । ତେବେ କୋରୋନାରେ ଦିଲ୍ଲୀ ପୋଲିସର 9 କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ