ନୂଆଦିଲ୍ଲୀ: ବର୍ତ୍ତମାନର ସବୁଠାରୁ ଘାତକ ସାଇବର ଆକ୍ରମଣର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର । ବିଟକଏନ ଆଧାରରେ ଟ୍ବିଟରରେ ହୋଇଥିବା ଏହି ଆକ୍ରମଣରେ କେଇ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଡଲାରର ମୂଲ୍ୟ କ୍ଷତି ହୋଇଥିବା ଦେଖାଯାଇଥିଲା । ଏନେଇ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଇବର ସିକ୍ୟୁରିଟି ଏକ୍ସପର୍ଟ ତଥା ସାଧାରଣ ନିର୍ଦ୍ଦେଶକ କୋଲୋନୋଲ ଇନ୍ଦରଜିତ ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି ।
କୋଲୋନେଲ ଇନ୍ଦରଜିତଙ୍କ କହିବା ଅନୁଯାୟୀ ମାତ୍ର 2 ଘଣ୍ଟା ମଧ୍ୟରେ ଟ୍ବିଟରରେ ଅନେକ ବଡ ବଡ ବ୍ୟକ୍ତି ଯଥା ବିଲ୍ ଗେଟ୍ସ, ଏଲନ ମସ୍କ, ଜୋ ବିଡେନ, ବାରାକ ଓବାମା, ୱାରେନ ବୁଫେଟ, କାନ୍ୟେ ୱେଷ୍ଟ, ମାଇକେଲ ବ୍ଲୁମବର୍ଗ, ଆପଲ, ଉବର ଓ ଦେଫ ବେଜୋସଙ୍କ ସମେତ 320ରୁ ଉର୍ଦ୍ଧ୍ବ ଆକାଉଣ୍ଟ ହ୍ୟାକ ହୋଇଥିଲା । ଯେଉଁଥିରେ ବିଟକଏନର ଆଡ୍ରେସ ସହ ହ୍ୟାକ କରାଯାଇଥିବା ଦେଖାଯାଇଥିଲା । ଏଥିରେ ଦିଆଯାଇଥିବା ଅର୍ଥ ରାଶିର ଦୁଇ ଗୁଣା ଫେରସ୍ତ କରିବା ପାଇଁ ମଧ୍ୟ ଉଲ୍ଲେଖ ରହିଥିଲା । ଯାହା ସାଇବର କ୍ରିପ୍ଟୋକରେନ୍ସି ସ୍କାମକୁ ପ୍ରୋତ୍ସାହିତ କରିଥିବା ଦେଖାଯାଇଥିଲା ।