ଓଡିଶା

odisha

ETV Bharat / bharat

ଚୀନ ଯିବ ଶକ୍ତିଶାଳୀ ଜାହାଜ ଆଇଏନଏସ୍ କଲିକତା - indian navy

ଚୀନ ନୌସେନାର 70ତମ ବାର୍ଷିକ ସମାରୋହରେ ପ୍ରଦର୍ଶନ ପାଇଁ ଭାରତର ଦୁଇ ଜାହାଜକୁ ମିଳିଛି ନିମନ୍ତ୍ରଣ। ସେଥିମଧ୍ୟରୁ ଗୋଟିଏ ଜାହାଜ ଆଜି (ରବିବାର)ଯାତ୍ରା କରୁଥିବାବେଳେ ଭାରତୀୟ ନୌସେନାର ସବୁଠୁ ଶକ୍ତିଶାଳୀ ଜାହାଜ ଆଇଏନଏସ କୋଲକାତା ଆସନ୍ତା 26ତାରିଖରେ ଚୀନ ଅଭିମୁଖେ ଯାତ୍ରା କରିବ ।

ଫାଇଲ ଫଟୋ

By

Published : Apr 21, 2019, 2:29 PM IST

କୋଲକାତା: ଭାରତୀୟ ନୌସେନାର ସବୁଠୁ ଶକ୍ତିଶାଳୀ ଜାହାଜ ଆଇଏନଏସ କୋଲକାତା ଚୀନ ଅଭିମୁଖେ ଯାତ୍ରା କରିବ । ଚୀନ ନୌସେନାର 70ତମ ବାର୍ଷିକ ସମାରୋହରେ ପ୍ରଦର୍ଶନ ପାଇଁ ଭାରତରୁ ଦୁଇଟି ଜାହାଜକୁ ଚୀନ ପକ୍ଷରୁ ଡକାଯାଇଛି । ଏହି ଦୁଇଟି ଜାହାଜ ମଧ୍ୟରୁ ପ୍ରଥମ ଜାହାଜଟି ରବିବାର ଯାତ୍ରା କରିବ । ଅନ୍ୟ ଯାହାଜ ଆଇଏନଏସ ଶକ୍ତି ଏପ୍ରିଲ 26ରେ ଚୀନକୁ ପଠାଯିବ ।

ଏହି ଅବସରରେ ନିଜର ଶକ୍ତିଶାଳୀ ଜାହଜର ପ୍ରଦର୍ଶନୀ କରିବା ପାଇଁ ଭାରତକୁ ଆଉ ଏକ ସୁଯୋଗ ମିଳିଛି । ଏହି ଜାହାଜକୁ 2014 ଅଗଷ୍ଟ 16ରେ ଭାରତୀୟ ନୌସେନାରେ ସାମିଲ୍ କରାଯାଇଥିଲା । ଏହି ଜାହାଜ ଉପରେ ବାରାକ୍ ମିସାଇଲ୍ ଲାଗିଛି । ଏହି ଜାହାଜ ଉପରେ ବ୍ରହ୍ମୋଶର ମଧ୍ୟ ଓହ୍ଲାଇଥାଏ । ଆଇଏନଏସ୍ କଲିକତା ଜାହାଜଟି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ଘରୋଇ ଟେକନିକ୍ ମାଧ୍ୟମରେ ପ୍ରସ୍ତୁତ ହୋଇଛି ।

ଏହି ଜାହାଜକୁ ପ୍ରସ୍ତୁତ କରିବା ପାଇଁ ଭାରତ ସରକାର 2600 କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ଜାହାଜଟି ପ୍ରତି ଘଣ୍ଟାକୁ 30 କିମି ନଟିକଲରେ ଚାଲେ । ଏହା 15000 କି.ମିର ଅପରେଟିଙ୍ଗ୍ ରେଞ୍ଜ ସହ 290 କି.ମିର ଅଟେକିଙ୍ଗ୍ ରେଞ୍ଜ ରଖିଛି । ଯାହାକି ଏହା ଉପରେ ଥିବା ବ୍ରହ୍ମୋଶ୍ ମିସାଇଲ୍ ଦେଇଥାଏ । ଏହି ଜାହାଜରେ ଇଡବ୍ଲୁଏସ ଏଲୋରା ଏବଂ ଏକେ-360 ଭଳି ଶକ୍ତିଶାଳୀ ତୋପ ଖଞ୍ଜାଯାଇଛି । ବୁଡାଜାହାଜର ଖବର ନେଉଥିବା 4 ଟାରପିଡୋ ଏବଂ 2 ଏଣ୍ଟି ସବମେରିନ ରକେଟ ମଧ୍ୟ ଏଥିରେ ଖଞ୍ଜାଯାଇଛି । ଏହାକୁ ବିଶେଷ ଭାବେ ଡିଜାଇନ କରାଯାଇଛି । ଆଇଏନଏସ କୋଲକାତା ଯେତେବେଳେ ପର୍ଯ୍ୟନ୍ତ ନିଜ ଶତ୍ରୁକୁ ଦେଖିନାହିଁ ସେତେବେଳେ ପର୍ଯ୍ୟନ୍ତ ସେ ଏକ ଛୋଟ ନୌକା ଭଳି ଦେଖାଯିବ ।

ABOUT THE AUTHOR

...view details