ଥୀରୁଅନନ୍ତପୁରମ୍: କେରଳରେ ପୁଣି ଏକ ହାତୀ ମୃତ୍ୟୁ ହୋଇଛି । ଗୁରୁତର ଭାବେ ଆହତ ହୋଇଥିବା ଏକ ଅଣ୍ଢିରା ହାତୀଟି ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛି । ହାତୀଟି ଗୁରୁତର ଭାବେ ଗତ ସପ୍ତାହ ଆର୍ଥାଲାକୁନୁରେ ଦେଖିବାକୁ ମିଳିଥିଲା । ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା ଆରମ୍ଭ କରିଥିଲେ ।
ଚିକିତ୍ସା କରିବା ଦ୍ବାରା ହାତୀର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା। ଏହାର ଜୀବନ ବଞ୍ଚାଇବା ପାଇଁ ଆମର ଉଦ୍ୟମ ସଫଳ ହୋଇପାରିଲା ନାହିଁ ବୋଲି ମନାର୍କଡ (ଦକ୍ଷିଣ) ବିଭାଗୀୟ ବନ ଅଧିକାରୀ ସାଜିକ କୁମାର କହିଛନ୍ତି ।
ସେ କହିଛନ୍ତି ଯେ ହାତୀଟି ମଣିଷ ଦ୍ବାରା ନୁହେଁ ବରଂ ଅନ୍ୟ ଏକ ଟସ୍କର(ହାତୀ ଭଳି ଜୀବ) ସହିତ ସଂର୍ଘଷ କରିବା ପରେ ଗୁରୁତର ହୋଇପଡିଥିଲା ।