ଭୋପାଳ: ସାରା ଦେଶରେ କାୟା ମେଲାଇଛି ମାରାତ୍ମକ ସ୍ବାଇନ ଫ୍ଲୁ। ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ସ୍ବାଇନ ଫ୍ଲୁରେ ମୃତ୍ୟୁ ହେଲାଣି।
ଜାନୁୟାରୀ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 644 ସାମ୍ପୁଲ ପରୀକ୍ଷା ହୋଇ ସାରିଛି । ସେଥିମଧ୍ୟରୁ 152 ପଜିଟିଭ ଆସିଥିବା ବେଳେ ଏବେ ଆହୁରି 10 ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି । 41 ମୃତକଙ୍କ ଭିତରୁ 20 ଜଣ ଇନ୍ଦୋରର ବୋଲି ଜଣାପଡିଛି ।