ହାଇଦ୍ରାବାଦ: ଓବେସିଟି(ମୋଟାପଣ) ବର୍ତ୍ତମାନ ଏକ ମୁଖ୍ୟ ଶାରୀରିକ ସମସ୍ୟା । ଆମେରିକାରେ ପ୍ରାୟ 30 ପ୍ରତିଶତ ଲୋକ ମୋଟାପଣର ଶିକାର । ଜଣେ ବ୍ୟକ୍ତିର ଖାଦ୍ୟ ପ୍ରଣାଳୀରୁ ହିଁ ଶରୀର ଉପରେ ପଡୁଥିବା ପ୍ରଭାବ ବିଷୟରେ ଜାଣିବାକୁ ମିଳିଥାଏ । ଓବେସିଟିରେ ଖାଦ୍ୟ ଗ୍ରହଣ ଏକ ମୁଖ୍ୟ କାରଣ ହୋଇଥାଏ । ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଓବେସିଟି ଥିବା ବ୍ୟକ୍ତିଙ୍କ ଖାଦ୍ୟ ସାରଣୀ ଭିନ୍ନ ଥାଏ । ଯେତିକି ଖାଦ୍ୟର ପରିମାଣ ରହିବା ଉଚିତ୍ ତାଠାରୁ ଅଧିକ ଖାଦ୍ୟ ଗ୍ରହଣ କରିଥାନ୍ତି । ଇଚ୍ଛା ମୁତାବକ ସ୍ବାଦ ଓ ଖାଦ୍ୟ ମଧ୍ୟରେ ଥିବା ସମ୍ପର୍କକୁ ବିଶିଷ୍ଟ ଗ୍ରହଣଶୀଳ ତୃପ୍ତି ବୋଲି କୁହାଯାଇଥାଏ ।
ତେବେ ସ୍ବାଦର ଧାରଣା ସମସ୍ତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ରହିଥାଏ । ଅଧିକ ଓଜନ ଥିବା ବ୍ୟକ୍ତି ସାଧାରଣତଃ ସାଧାରଣ ଡାଏଟ ସ୍ବାଦଠାରୁ ଅଲଗା ସ୍ବାଦକୁ ଅଧିକ ପସନ୍ଦ କରିଥାଏ । ଏ ବିଷୟରେ ଅବଗତ ହେବା ପାଇଁ ୟୁନିଭର୍ସିଟି ଅଫ୍ ଲୋୱାର ଗବେଷକ 290 ବୟସ୍କଙ୍କୁ ନେଇ ପରୀକ୍ଷା କରିଥିଲେ । ସେମାନଙ୍କ ସ୍ବାଦର ବୈଶିଷ୍ଟ୍ୟ ବିଷୟରେ ଜାଣିବା ଥିଲା ପରୀକ୍ଷାର ମୁଖ୍ୟ ଉଦେଶ୍ୟ । ରିସର୍ଚ୍ଚରେ ପ୍ରାୟ 80 ପ୍ରତିଶତ ମହିଳା ସାମିଲ ଥିଲେ । ସେମାନଙ୍କ ବୟସ ପ୍ରାୟ 18-75 ବର୍ଷ ରହିଥିଲା । ସେମାନଙ୍କୁ ପ୍ରଥମେ କିଛି ଚକୋଲେଟ ଖାଇବାକୁ ଦିଆଯାଇଥିଲା । ଯେ ପର୍ଯ୍ୟନ୍ତ ଆଶ୍ବସ୍ତି ନ ହୋଇଛି, ସେପର୍ଯ୍ୟନ୍ତ ଚକୋଲେଟ ଖାଇବାକୁ କୁହାଯାଇଥିଲା । ସେମାନ ପ୍ରାୟ 2-50 ଖଣ୍ଡ ଚକୋଲେଟ ଗ୍ରହଣ କରିଥିଲେ ।