ମୁମ୍ବାଇ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅଣ୍ଡରଓ୍ବାର୍ଲଡ ସହ ଇନ୍ଦିରାଙ୍କ ଲିଙ୍କ୍ ଥିଲା ବୋଲି ଦାବି କରିଛନ୍ତି ସଞ୍ଜୟ । ବୁଧବାର ଏକ ସାକ୍ଷାତକାର ସମୟରେ ଶିବସେନା ସାଂସଦ ସଞ୍ଜୟ ଦାବି କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଣ୍ଡରଓ୍ବାର୍ଲଡ ଡନ୍ କରୀମ ଲାଲାକୁ ଭେଟିବାକୁ ମୁମ୍ବାଇ ଆସୁଥିଲେ ।
ସଞ୍ଜୟଙ୍କ ଦାବି, ଅଣ୍ଡରଓ୍ବାର୍ଲଡ ଡନ ସହ ଥିଲା ଇନ୍ଦିରାଙ୍କ ଲିଙ୍କ୍
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବଡ ବୟାନ । ସାଂସଦ ସଞ୍ଜୟ ଦାବି କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଣ୍ଡରଓ୍ବାର୍ଲଡ ଡନ୍ କରୀମ ଲାଲାକୁ ଭେଟିବାକୁ ମୁମ୍ବାଇ ଆସୁଥିଲେ । ଅଧିକ ପଢନ୍ତୁ...
ସଞ୍ଜୟଙ୍କ ଦାବି-ଅଣ୍ଡରଓ୍ବାର୍ଲଡ ଡନ ସହ ଥିଲା ଇନ୍ଦିରାଙ୍କ ଲିଙ୍କ୍
ଅଣ୍ଡରଓ୍ବାର୍ଲଡ ଯୁଗର କଥା କହୁଥିବା ସମୟରେ ଶିବସେନା ସାଂସଦ ସଞ୍ଜୟ କହିଛନ୍ତି ଯେ ସମୟ ଥିଲା ଯେବେ ମୁମ୍ବାଇର ପୋଲିସ କମିଶନର କିଏ ହେବ ବୋଲି ଦାଉଦ ଇବ୍ରାହିମ, ଛୋଟା ସକିଲ ଓ ଶରଦ ସେଟ୍ଟୀ ସ୍ଥିର କରୁଥିଲେ । ଏହି ଡନମାନେ ଏହା ମଧ୍ୟ ସ୍ଥିର କରୁଥିଲେ କି ସରକାରର କେଉଁ ମନ୍ତ୍ରାଳୟରେ କିଏ ବସିବ । ଅଣ୍ଡରଓ୍ବାଲର୍ଡର ସେହି ସମୟକୁ ଆଖିରେ ଦେଖିଥିବା କହିଛନ୍ତି ସଞ୍ଜୟ । ସେତେବେଳେ ଇନ୍ଦିରା ଏମାନଙ୍କୁ ଭେଟିବାକୁ ମୁମ୍ବାଇ ଆସୁଥିବା ସଞ୍ଜୟ ଦାବି କରିଛନ୍ତି ।