ଓଡିଶା

odisha

By

Published : Jan 12, 2021, 5:19 PM IST

ETV Bharat / bharat

ଆହୁରି 7 ସହରକୁ ସେବା ଯୋଗାଇବ ଇଣ୍ଡିଗୋ !

ଆଉ 7 ସହରକୁ ବିମାନ ସେବା ପହଞ୍ଚାଇବା ପାଇଁ ଇଣ୍ଡିଗୋ ଯୋଜନା କରୁଛି । ଏହି ଲିଷ୍ଟରେ ଲେହ ଓ ଦରଭଙ୍ଗା ସମେତ 7 ସହରକୁ ଉଡାଣ ଭରିବ । ଅଧିକ ପଢନ୍ତୁ..

ଆହୁରୀ   7 ସହରକୁ ସେବା ଯୋଗାଇବ  ଇଣ୍ଡିଗୋ
ଆହୁରୀ 7 ସହରକୁ ସେବା ଯୋଗାଇବ ଇଣ୍ଡିଗୋ

ନୂଆଦିଲ୍ଲୀ: ଫେବୃଆରୀରୁ ଲେହ, ଦରଭଙ୍ଗା, ଆଗ୍ରା, କୁରନୁଲ, ବରେଲୀ , ଦୁର୍ଗାପୁର ଓ ରାଜକୋଟକୁ ନୂଆ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ । ଏ ନେଇ ଯୋଜନା କରାଯାଉଥିବା ମଙ୍ଗଳବାର କମ୍ପାନୀ ସୂଚନା ଦେଇଛି ।

କମ୍ପାନୀ ଏହାର ବିବୃତ୍ତିରେ ଜଣାଇଛି କି, ଏୟାରଲାଇନର ଯୋଜନା ଫେବୃଆରୀରେ ଲେହ ଓ ଦରଭଙ୍ଗାକୁ ଯୋଡୁଥିବା ଉଡାଣ ଆରମ୍ଭ କରିବ । ଏହା ପରେ ମାର୍ଚ୍ଚ ମାସରେ କର୍ନୁଲ ଓ ଆଗ୍ରାକୁ ଏପ୍ରିଲରେ ବରେଲୀ ଓ ଦୁର୍ଗାପୁରକୁ ତଥା ମେ’ ମାସରେ ରାଜକୋଟକୁ ସଂଯୋଗ କରିବାକୁ ବିମାନର ପରିଚାଳନା ଆରମ୍ଭ କରାଯିବ ।

ପ୍ରକାଶ କି, ଏହି ସୁଲଭ ବିମାନ କମ୍ପାନୀ ଏବେ ଭାରତର 61 ସହରକୁ ପରସ୍ପର ସହ ଯୋଡିବା ପାଇଁ ବିମାନର ପରିଚାଳନା କରୁଛି । ନୂଆ ସେବା ଆରମ୍ଭ ହେବା ପରେ କମ୍ପାନୀର ବିମାନ ସଂଖ୍ୟା ବୃଦ୍ଧି ହୋଇ 68ରେ ପହଞ୍ଚିବ ।

କମ୍ପାନୀ ସମସ୍ତ ନିୟାମକ ଅନୁମୋଦନକୁ ସୁରକ୍ଷିତ କରିବ ଏବଂ ଏହି ଅନୁମୋଦନଗୁଡିକ ଗ୍ରହଣ ହେବାପରେ ନିର୍ଦ୍ଦିଷ୍ଟ ଉଡ଼ାଣ ସୂଚୀ ଘୋଷଣା କରିବ ବୋଲି ଜଣାଇଛି ।

ABOUT THE AUTHOR

...view details