ଓଡିଶା

odisha

ETV Bharat / bharat

ଇଣ୍ଡିଗୋ ବିମାନରୁ କୋରୋନା ପଜିଟିଭ ଚିହ୍ନଟ - ଇଣ୍ଡିଗୋ ବିମାନରୁ କୋରୋନା ପଜିଟିଭ ଚିହ୍ନଟ

ଇଣ୍ଡିଗୋ ବିମାନରୁ କୋରୋନା ପଜିଟିଭ ଚିହ୍ନଟ । 14 ଦିନିଆ କ୍ବାରେଣ୍ଟାଇନରେ କ୍ରୁ ମେମ୍ବର । ଅଧିକ ପଢନ୍ତୁ...

IndiGo passenger who travelled on flight from Bengaluru tests Covid-19 positive
ପ୍ରତିକାତ୍ମକ ଫଟୋ

By

Published : May 28, 2020, 7:01 PM IST

ବେଙ୍ଗାଲୁରୁ: ଆରମ୍ଭ ହୋଇଛି ବିମାନ ସେବା । ତେବେ ବୁଧବାର ବାଙ୍ଗାଲୋରରୁ ମଦୁରାଇ ଅଭିମୁଖେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

‘‘ଆମର ବିମାନ ସଫା କରାଯାଇଛି । ପ୍ରୋଟୋକଲ୍ ଅନୁଯାୟୀ ତୁରନ୍ତ ଡିସଇନଫେକ୍ଟେଡ ହୋଇଛନ୍ତି ପାଇଲଟ । ଅପରେଟିଂ କ୍ରୁ ମେମ୍ବରଙ୍କୁ 14 ଦିନ ଧରି ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ଯାତ୍ରୀଙ୍କୁ ଅବଗତ କରିଛୁ,’’ ବୋଲି ଇଣ୍ଡିଗୋ ମୁଖପାତ୍ର କହିଛନ୍ତି।

ମେ 25 ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏହା ହେଉଛି ଚତୁର୍ଥ ଘଟଣା । ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ ସଂକ୍ରମିତ ଯାତ୍ରୀ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ପରି ଫେସ୍ ମାସ୍କ, ଫେସ୍ ସିଲ୍ଡ ଏବଂ ଗ୍ଲୋଭସ୍ ଭଳି ସମସ୍ତ ସତର୍କତାମୂଳକ ପଦକ୍ଷେପ ପାଳନ କରିଥିଲେ ।

ବର୍ତ୍ତମାନ ତାଙ୍କୁ ଚିକିତ୍ସା କରାଯାଉଛି । ତେବେ ପରୀକ୍ଷା ପୂର୍ବରୁ ତାଙ୍କ ଶରୀରରେ କୋରୋନାର କୌଣସି ଲକ୍ଷଣ ଦେଖା ଯାଉନଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details