ଓଡିଶା

odisha

ETV Bharat / bharat

ଦୁର୍ବଳ ଅର୍ଥବ୍ୟବସ୍ଥା, ମେ ପରଠୁ କଟିବ ଇଣ୍ଡିଗୋ କର୍ମଚାରୀଙ୍କ ଦରମା - କୋରୋନା ମହାମାରୀ

କୋଭିଡ୍ 19 ମହାମାରୀକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ତାର ବରିଷ୍ଠ କର୍ମଚାରୀଙ୍କ ଦରମା ମେ ମାସରୁ ହ୍ରାସ କରିବ। ଏହାସହ କମ୍ପାନୀ ମେ, ଜୁନ୍ ଏବଂ ଜୁଲାଇ ମାସ ପାଇଁ ବିନା ଦରମାରେ ବାଧ୍ୟ୍ୟତାମୂଳକ ଛୁଟି ମଧ୍ୟ ରଖିବ।

senior-employees-from-may
ଦୁର୍ବଳ ଅର୍ଥବ୍ୟବସ୍ଥା, ମେ ପରଠୁ କଟିବ ଇଣ୍ଡିଗୋ କର୍ମଚାରୀଙ୍କ ଦରମା

By

Published : May 8, 2020, 3:19 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀରେ କ୍ଷତିଗ୍ରସ୍ତ ଦେଶର ଅର୍ଥନୈତିକ ବ୍ୟବସ୍ଥା। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଛଟେଇ ଓ ଦରମା କାଟ ଭଳି କର୍ମଚାରୀ ବିରୋଧୀ ପଦକ୍ଷେପ କତ୍ତୃପକ୍ଷ ନେବାକୁ ବାଧ୍ୟ ହେଉଛନ୍ତି। ଯାହାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି ଇଣ୍ଡିଗୋ ଏୟାର ଲାଇନ୍ସରେ।

କୋଭିଡ୍ 19 ମହାମାରୀକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ତାର ବରିଷ୍ଠ କର୍ମଚାରୀଙ୍କ ଦରମା ମେ ମାସରୁ ହ୍ରାସ କରିବ। ଏହାସହ କମ୍ପାନୀ ମେ, ଜୁନ୍ ଏବଂ ଜୁଲାଇ ମାସ ପାଇଁ ବିନା ଦରମାରେ ବାଧ୍ୟ୍ୟତାମୂଳକ ଛୁଟି ମଧ୍ୟ ରଖିବ। ଏନେଇ ଇଣ୍ଡିଗୋ ସିଇଓ ରୋନୋଜୋଇ ଦତ୍ତ କର୍ମଚାରୀଙ୍କୁ ଏକ ଇମେଲ ଜରିଆରେ ସୂଚନା ଦେଇ କହିଛନ୍ତି।

ତାଙ୍କର କହିବା ଅନୁସାରେ,'' ଯେ ଦରମା ହ୍ରାସ ବ୍ୟତୀତ କମ୍ପାନୀର କର୍ମଚାରୀଙ୍କୁ ମେ, ଜୁନ୍ ଏବଂ ଜୁଲାଇ ମାସରେ ବାଧ୍ୟ୍ୟତାମୂଳକ ଛୁଟି ପ୍ରଦାନ କରାଯିବ। ଏହି ଅବଧି ମଧ୍ୟରେ କର୍ମଚାରୀଙ୍କ ଦରମା ମଧ୍ୟ କାଟ୍ ହେବ। ଏହାକୁ ଲାଗୁ କରିବା ଏକ “ଯନ୍ତ୍ରଣାଦାୟକ ପଦକ୍ଷେପ” ''ବୋଲି ଇଣ୍ଡିଗୋ ସିଇଓ କହିଛନ୍ତି।

ମେଲରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ତଳ ସ୍ତରର କର୍ମଚାରୀମାନେ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ । କେବଳ ବରିଷ୍ଠ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯାଇଛି।

ସୂଚନା ଥାଉକି, କୋରୋନାଭାଇରସ୍ କୁ ରୋକିବା ପାଇଁ ମାର୍ଚ୍ଚ 25 ତାରିଖରୁ ଲକଡାଉନ ଘୋଷଣା ହେବା ସହ ବିମାନ ଚଳାଚଳ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଫଳସ୍ୱରୂପ, ଭାରତୀୟ ବିମାନ ଚଳାଚଳ ସଂସ୍ଥା ସମ୍ପୂର୍ଣ୍ଣ କ୍ଷତିରେ ଗତି କରୁଛି।

ABOUT THE AUTHOR

...view details