ଓଡିଶା

odisha

ETV Bharat / bharat

କରତାରପୁର କରିଡର ମାମଲା: ପାକିସ୍ତାନକୁ ଭାରତର ସମନ - pakistan diplomat

ନିକଟରେ କରତାରପୁର କରିଡରକୁ ଟ୍ରଷ୍ଟ ହାତରେ ହସ୍ତାନ୍ତର କରିଦେଇଛି ପାକିସ୍ତାନ । ତେବେ ଏହା ଉପରେ କଡା ଆପତ୍ତି ଜାରି କରି ପାକିସ୍ତାନ କୂଟନୈତିଜ୍ଞଙ୍କୁ ସମନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କରତାରପୁର କରିଡର ମାମଲା: ପାକିସ୍ତାନକୁ ଭାରତର ସମନ
କରତାରପୁର କରିଡର ମାମଲା: ପାକିସ୍ତାନକୁ ଭାରତର ସମନ

By

Published : Nov 6, 2020, 9:09 PM IST

ନୂଆଦିଲ୍ଲୀ: କରତାରପୁର ସାହିବ କରିଡର ମାମଲାରେ ପାକିସ୍ତାନ କୂଟନୈତିଜ୍ଞଙ୍କୁ ସମନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ନିକଟରେ କରତାରପୁର କରିଡରକୁ ଟ୍ରଷ୍ଟ ହାତରେ ହସ୍ତାନ୍ତର କରିଦେଇଛି ପାକିସ୍ତାନ । ତେବେ ଏହା ଉପରେ କଡା ଆପତ୍ତି ଜାରି କରିଛି ଭାରତ ।

ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ପାକିସ୍ତାନରେ ଗୁରୁଦ୍ବାର କରତାରପୁର ସାହିବ କରିଡରର ପରିଚାଳନା ତଥା ରକ୍ଷଣାବେକ୍ଷଣ ଦାୟିତ୍ବ ପାକିସ୍ତାନ ଶିଖ ଗୁରୁଦ୍ବାର କମିଟି ଠାରୁ ନେଇ ଅନ୍ୟ ଏକ ଟ୍ରଷ୍ଟ ହାତରେ ହସ୍ତାନ୍ତର କରିବା ନେଇ ଖବର ପାଇଛୁ । ପାକିସ୍ତାନର ଏହି ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛି ଭାରତ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ନିଷ୍ପତ୍ତି କରତାରପୁର ସାହିବ କରିଡର ଏବଂ ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାର ବିରୁଦ୍ଧ। 4 କିଲୋମିଟର ଲମ୍ବା କରତାରପୁର କରିଡର ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ଏବଂ ପାକିସ୍ତାନର ଗୁରୁଦ୍ବାର କରତାରପୁର ସାହିବକୁ ସଂଯୋଗ କରେ।

ଏଭଳି କାର୍ଯ୍ୟ କେବଳ ପାକିସ୍ତାନ ସରକାରଙ୍କ ଧାର୍ମିକ ଦାବି ତଥା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ତଥା କଲ୍ୟାଣ ପାଇଁ ଏହାର ନେତୃତ୍ବର ବାସ୍ତବତାକୁ ପ୍ରକାଶ କରୁଛି ବୋଲି ପ୍ରତିକ୍ରିୟା ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।

ABOUT THE AUTHOR

...view details