ଓଡିଶା

odisha

ETV Bharat / bharat

କୋଭିଡ-19 ଟିକା ପ୍ରସ୍ତୁତ କରିବ ଭାରତର ସେରମ୍ ଇନଷ୍ଟିଚ୍ୟୁଟ - କୋଭିଡ-19 ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ

60 ମିଲିୟନ ଡୋଜ୍ କୋରୋନା ଟିକା ଚଳିତ ବର୍ଷ ସୁଦ୍ଧା ଉତ୍ପାଦନା କରିବାକୁ ଯୋଜନା ରଖିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଙ୍ଗଳବାର ଏହି ସୂଚନା ଦେଇଛି ।

Coronavirus Vaccine
କୋଭିଡ-19 ଟିକା

By

Published : Apr 29, 2020, 12:33 PM IST

ନୂଆଦିଲ୍ଲୀ: 60 ମିଲିୟନ ଡୋଜ୍ କୋରୋନା ଟିକା ଚଳିତ ବର୍ଷ ସୁଦ୍ଧା ଉତ୍ପାଦନ କରିବାକୁ ଯୋଜନା ରଖିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଙ୍ଗଳବାର ଏହି ସୂଚନା ଦେଇଛି । ଏହି ସବୁ ଟିକା ବର୍ତ୍ତମାନ ବ୍ରିଟେନରେ କ୍ଲିନିକାଲ ଟ୍ରାଏଲ୍ କରାଯାଉଛି ।

ଅଧିକ ଟିକା ଉତ୍ପାଦନରେ ବିଶ୍ବର ସର୍ବବୃହତ ନିର୍ମାତା ହେଉଛି ସେରମ୍ । ଗତ ସପ୍ତାହରେ ଅକ୍ସଫୋର୍ଡ ମଣିଷ ଶରୀର ଉପରେ କିଛି କ୍ଲିନିକାଲ୍ ଟ୍ରାଏଲ୍ କରିଥିଲା । ସେରମ୍ ମଧ୍ୟ ଅକ୍ସଫୋର୍ଡର ପ୍ରତିନିଧିତ୍ବ କରିଥାଏ ।

ବିଶ୍ବସ୍ତରରେ ପ୍ରାୟ 3.05 ନିୟୁତ ଲୋକ ସଂକ୍ରମିତ ହୋଇଥିବା ଜଣାଯାଇଛି ଏବଂ କୋଭିଡ-19 ରେ 2 ଲକ୍ଷ 11 ହଜାର 376 ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ‘ChAdOx1 nCoV-19’ କୁହାଯାଉଥିବା ଅକ୍ସଫୋର୍ଡ ଟିକା ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -19 ବିରୁଦ୍ଧରେ କାର୍ଯ୍ୟ କରିବାକୁ ପ୍ରମାଣିତ ହୋଇ ନ ଥିବା ବେଳେ ସେରମ୍ ଏହାକୁ ଉତ୍ପାଦନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଏହା ପଶୁଙ୍କ ଉପରେ ପରୀକ୍ଷଣରେ ସଫଳତା ହାସଲ କରିଛି ଏବଂ ମଣିଷ ଉପରେ ପରୀକ୍ଷଣରେ ଅଗ୍ରଗତି କରିଛି ବୋଲି ସେରମର ମୁଖ୍ୟ କାର୍ଯ୍ୟକାରୀ ଆଦାର ପୁନାୱାଲା କହିଛନ୍ତି ।

ପ୍ରାୟ 100 ଟି ସମ୍ଭାବ୍ୟ କୋଭିଡ୍ -19 ଟିକା ବର୍ତ୍ତମାନ ବିଶ୍ବର ବାୟୋଟେକ୍ ଏବଂ ଅନୁସନ୍ଧାନକାରୀ ଦଳ ଦ୍ବାରା ବିକାଶିତ କରାଯାଉଛି । ଏଥିମଧ୍ୟରୁ ଅତି କମରେ 5ଟି ପ୍ରାଥମିକ ପରୀକ୍ଷଣରେ ଅଛି ଯାହା ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଭାବରେ ଜଣାଶୁଣା । ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରାୟ ସେପ୍ଟେମ୍ବରରେ ସୁଦ୍ଧା ଅକ୍ସଫୋର୍ଡର ଟିକା ପରୀକ୍ଷା ସଫଳ ହେବ ବୋଲି ସେ ଆଶା କରିଛନ୍ତି।

ସେରମ୍ ପ୍ରତି ଟିକା ପ୍ରତି 1 ହଜାର ଟଙ୍କା ଧାର୍ଯ୍ୟ କରିଛି କିନ୍ତୁ ସରକାର ଏହାକୁ ବିନା ମୂଲ୍ୟରେ ଲୋକଙ୍କୁ ଦେବେ ବୋଲି ସେ କହିଛନ୍ତି। ଟୀକା ଉତ୍ପାଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଅନେକ ସାହାଯ୍ୟ କରିଛି । ତେଣୁ କମ୍ପାନୀ ଆଶା କରୁଛି ଯେ, ସରକାର ଆଗକୁ ମଧ୍ୟ ସାହାଯ୍ୟ କରିବେ । ପ୍ରାୟ 5 ମାସ ମଧ୍ୟରେ ସେରମ୍ ମାସକୁ 3-5 ନିୟୁତ ଡୋଜ ପ୍ରସ୍ତୁତ କରିବାରେ ପ୍ରାୟ 300-400 ନିୟୁତ ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି।

ABOUT THE AUTHOR

...view details