ନୂଆଦିଲ୍ଲୀ: ଲକଡାଉନ ପାଇଁ ସବୁକିଛି ଠପ୍। ଏନେଇ ଆର୍ଥିକ ମାନ୍ଦାବସ୍ଥା ସହ ବିଭିନ୍ନ କମ୍ପାନୀ ଛଟେଇ ଆରମ୍ଭ କଲାଣି। ଦୀର୍ଘଦିନ ବ୍ୟାପି ଏହି ତାଲାବନ୍ଦ ପ୍ରକ୍ରିୟା ଭାରତୀୟ ଅର୍ଥନୀତିକୁ ଧରାଶାୟୀ କରିଦେଇଛି। ଯାହାଫଳରେ ଦେଶ ବାଣିଜ୍ୟିକ କାରବାର ଅତ୍ୟନ୍ତ ଶୋଚନୀୟ। ଦୀର୍ଘ 60 ଦିନର ଲକଡାଉନ ଫଳରେ 9 ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିଛି ଦେଶ।
କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କହିଛି ଯେ ଗତ ସୋମବାର ଠାରୁ ସାରା ଦେଶରେ ଦୋକାନ ଏବଂ ବାଣିଜ୍ୟିକ ବଜାର ପ୍ରାୟ 5 ପ୍ରତିଶତ ବ୍ୟବସାୟ ପଞ୍ଜିକରଣ କରିପାରିବ। ଏବଂ କେବଳ 8% କର୍ମଜୀବୀ ଦୋକାନରେ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ଏହାସହ 80 ପ୍ରତିଶତ କର୍ମଚାରୀ ଘରୁ ଯିବା ଆସିବା କରିବେ।