ଓଡିଶା

odisha

ETV Bharat / bharat

ଭାରତର 'ମିନି କ୍ୟୁବା'; ପ୍ରତି ଘରେ ଜନ୍ମ ନିଅନ୍ତି ବକ୍ସର - ଭିବାନୀ ଖବର

ଭିବାନୀରେ ମନ୍ଦିର ସଂଖ୍ୟା ଅଧିକ ଥିବାରୁ ଏହା ପ୍ରଥମେ ଛୋଟ କାଶୀ ନାମରେ ପରିଚିତ ଥିଲା । ହେଲେ ଗତ 2 ଦଶକ ଧରି ଭିବାନୀର ବକ୍ସର ବିଶ୍ବରେ ନିଜର ଏମିତି ଜଲୱା ଦେଖାଇଲେ ଯେ ଭିବାନୀ ‘ମିନି କ୍ୟୁବା’ ନାମରେ ପରିଚିତ ହେବାକୁ ଲାଗିଲା ।

ଭାରତର 'ମିନି କ୍ୟୁବା';  ଯେଉଁଠି ପ୍ରତି ଘରେ ଜନ୍ମ ନିଅନ୍ତି ବକ୍ସର
ଭାରତର 'ମିନି କ୍ୟୁବା'; ଯେଉଁଠି ପ୍ରତି ଘରେ ଜନ୍ମ ନିଅନ୍ତି ବକ୍ସର

By

Published : Oct 18, 2020, 1:04 PM IST

ଭିବାନୀ: ଭାରତର 'ମିନି କ୍ୟୁବା' ନାମରେ ପ୍ରସିଦ୍ଧ ହରିୟାଣାର ଭିବାନୀ ଜିଲ୍ଲା । ଏଠାକାର ପ୍ରତି ବକ୍ସରଙ୍କ ଦମଦାର ପ୍ରଦର୍ଶନ ଦେଖିଛି ସାରା ଦୁନିଆ । 21ତମ କମନୱେଲଥ୍ ଗେମ୍ସରେ ଭାଗ ନେଇଥିବା ହରିୟାଣାର 6 ଜଣ ବକ୍ସରଙ୍କ ମଧ୍ୟରୁ 3 ଜଣ ଭିବାନୀର ଥିଲେ । ସେଥିମଧ୍ୟରୁ ବିକାଶ ଯାଦବ ସ୍ବର୍ଣ୍ଣ, ମନୀଷ କୌଶିକ ରୌପ୍ୟ ଏବଂ ନମନ ବ୍ରୋଞ୍ଜ ପଦକ ଜିତିଥିଲେ ।

ଭାରତର 'ମିନି କ୍ୟୁବା'; ଯେଉଁଠି ପ୍ରତି ଘରେ ଜନ୍ମ ନିଅନ୍ତି ବକ୍ସର

ଭିବାନୀରେ 2 ହଜାର ବକ୍ସର ଏବଂ ପାଖପାଖି 20 ହଜାର ସ୍ପୋର୍ଟ୍ସମ୍ୟାନ ଅଛନ୍ତି । ଏଠାରେ 2ହଜାର ବକ୍ସର ପ୍ରତିଦିନ ବକ୍ସିଂ ପ୍ରାକ୍ଟିସ କରିଥାନ୍ତି । ଯାହାକୁ ଆଧାର କରି ଭିବାନୀ 'ମିନି କ୍ୟୁବା' ନାଁରେ ପ୍ରସିଦ୍ଧ । ପ୍ରଥମେ ଭିବାନୀରେ ମନ୍ଦିର ସଂଖ୍ୟା ଅଧିକ ଥିବାରୁ ଏହାକୁ ଦ୍ବିତୀୟ କାଶୀ କୁହାଯାଉଥିଲା । କିନ୍ତୁ ବିଗତ 2 ଦଶକ ହେବ ଜିଲ୍ଲାର ବକ୍ସରଙ୍କ ବକ୍ସିଂ ଜଲୱା ସାରା ଦେଶରେ ଏହାକୁ ଏକ ନୂଆ ପରିଚୟ ଦେଇଛି । ଭିବାନୀକୁ ବକ୍ସିଂର ଗଡ କରିବାକୁ ଏହି ବକ୍ସିଂ କ୍ଲବର ଯୋଗଦାନ ଅତୁଳନୀୟ । ଏହି କ୍ଲବ ଦେଶକୁ ଅନେକ ଅନ୍ତରାଷ୍ଟ୍ରୀୟ ବକ୍ସର ଭେଟି ଦେଇଛି ।

17 ଫେବୃଆରୀ 2003, ଏହି ବକ୍ସିଂ କ୍ଲବର ସ୍ଥାପନା ହୋଇଥିଲା । ଅଲମ୍ପିକ ପଦକ ବିଜେତା ବିଜେନ୍ଦ୍ର ସିଂ ପିଲାଦିନୁ ଏହି କ୍ଲବରେ ବକ୍ସିଂ ପ୍ରାକ୍ଟିସ ଆରମ୍ଭ କରିଥିଲେ । ସେହିପରି ଏଠାରୁ ଟ୍ରେନିଂ ନେଇଥିବା ପ୍ରତ୍ୟେକ ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଷ୍ଟାର ବକ୍ସର ପ୍ରମାଣିତ ହୋଇଛନ୍ତି । ଯେତେବେଳେ ହବା ସିଂ ବ୍ୟାଙ୍କକରେ 1966ରେ ଏସୀୟ ଖେଳରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ, ସେତେବେଳେ 1960 ଦଶକରେ ଭିବାନୀ ଏବଂ ଭାରତୀୟ ବକ୍ସିଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଥମ ଥର ସଫଳତା ହାସଲ କରିଥିଲା । ହବା ସିଂଙ୍କୁ ତାଙ୍କର ଏହି ଦମଦାର ପଫର୍ମାନ୍ସ ପାଇଁ 1966 ରେ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

ଭିବାନୀକୁ 'ମିନି କ୍ୟୁବା'ର ଆଖ୍ୟା ସହଜରେ ମିଳିନାହିଁ, ବରଂ ଏହା ପଛରେ ଗତ 2 ଦଶକ ଧରି କଠିନ ପରିଶ୍ରମ କରୁଥିବା ବକ୍ସରଙ୍କ ସହଯୋଗ ରହିଛି । ଖେଳରତ୍ନ ପୁରସ୍କାର ଠାରୁ ଆରମ୍ଭ କରି ଅର୍ଜୁନ ପୁରସ୍କାର ଭଳି ସମ୍ମାନଜନକ ପୁରସ୍କାର ଭିବାନୀ ଜିଲ୍ଲାର ବକ୍ସରଙ୍କୁ ସମ୍ମାନିତ କରାଯାଇଛି । କେବଳ ଭିବାନୀ ଜିଲ୍ଲାର ବକ୍ସରମାନେ 14ଟି ଅର୍ଜୁନ ଆୱାର୍ଡ, ଗୋଟିଏ ଖେଳ ରତ୍ନ ଆୱାର୍ଡ ପାଇଛନ୍ତି । ଦେଶର ମୋଟ ବକ୍ସରର 50 ପ୍ରତିଶତରୁ ଅଧିକ ବକ୍ସର ଭିବାନୀ ଜିଲ୍ଲାରୁ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details